ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

ଖଇରା,୩୦/୮/୨୪ – ବିଗତ ଦୁଇବର୍ଷ ଧରି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ଅରାଜକତାକୁ ଦୃଢ଼ ହସ୍ତରେ ଦମନ କରୁଥିବା ଖଇରା ଥାନା ଅଧିକାରୀ ଗୟାଧର ବେହୁରାଙ୍କର ୩୧/୮/୨୪ ରିଖରେ କାର୍ଯ୍ୟକାଳ ସରି ଯାଇଛି । ସେ ଜଣେ ଦକ୍ଷ ଅଧିକାରୀ ଥିଲେ । ଶ୍ରୀ ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛି ଲୋକ ମାନଙ୍କର ଦୁଃଖର ସାଥୀ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜନହିତ ଯୁବକ ସଂଘ । ସଂଘର ଏକ ଦଶ ଜଣିଆ ଦଳ ୩୦/୮/୨୪ ରିଖ ଦିନ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ବେହେରା ତାଙ୍କ କାର୍ଯ୍ୟକାଳ ସମୟରେ ଅସହାୟ ଗରିବ ଲୋକଙ୍କୁ ଯେଉଁ ସେବା କରିଛନ୍ତି ତାହା ଅବର୍ଣ୍ଣନୀୟ ବୋଲି ସଂଘ ସଭାପତି ସୁରେଶ ରାଉତ କହିଛନ୍ତି । ଅବସର ପରେ ବି ସଂଘ ସହିତ ସମ୍ପର୍କରେ ରହି ମାର୍ଗଦର୍ଶନ କରିବେ ବୋଲି ଶ୍ରୀ ବେହେରା ସଂଘକୁ କଥା ଦେଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ସଂଘ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟକ୍ରମ ସମ୍ପାଦକ, ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୪ର୍ଥ ଦିନରେ ୬୧ତମ ମହାବୀର ମହୋତ୍ସବ , ଉନ୍ମୋଚିତ ହେଲା ଅନୁଷ୍ଠାନର ମୁଖପତ୍ର ଗିରିଝର

Sunil Chandra Nayak

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

Leave a Comment

error: Content is protected !!