ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ପରିକ୍ଷା

ପରିକ୍ଷା

ଜୀବନ ନୁହଁଇ ଗୋଲାପ ର ଶେଯ

ରହିଛି କଣ୍ଟାର ପଥ

କଣ୍ଟକିତ ପଥ ବଡ ଯେ ବିଷମ ଝରି ପଡଇ ରକତ।

 

ଜୀବନ ନାଆ କୁ ବାହିବାକୁ ଗଲେ ରହିଛି କେତେ ପରୀକ୍ଷା

ଅକାତ ପାଣିରେ ନାଆ ଟଳମଳ କିଏ ସେ କରିବ ରକ୍ଷା।

 

ବିଷୟ ସରିଲେ ହୁଅଇ ପରୀକ୍ଷା ଉତ୍ତିନ୍ନ ଯେ ଛାତ୍ରଛାତ୍ରୀ

ଚରିତ୍ର ଗଠନ ଉତ୍ତମ ପରୀକ୍ଷା କିଏ ବା କାହିଁ ଜାଣୁଛି।

 

ଝିଅ ପାଇଁ ଅଛି ଅନେକ ପରୀକ୍ଷା ନାଁ ତାର ଦୁହିତା

ପରୀକ୍ଷା ରେ ଯଦି ବୋହୁଜିଣିଯାଏ ସୁନା ବୋହୁ ବୋଲି ଲେଖା।

 

ଯମ ରାଜା ପାଶେ ସାବିତ୍ରୀ ପରୀକ୍ଷା ରହିଅଛି ଚିରଦିନ

ସୀତାଙ୍କ ପରିକ୍ଷା ଅସହ୍ୟ ହୋଇଲା ଧରା କୋଳରେ ଶୟନ।

 

ସରଳ ମନକୁ ଗରଳ କରିଲେ ପରୀକ୍ଷା ହୁଏ ନିଷ୍ଫଳ

ଯୁଗେ ଯୁଗେ ଅଛି ପରୀକ୍ଷା ର ପଥ ତପନ ସମ ଉଜ୍ଜଳ।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ବ୍ଲକ ସ୍ତରୀୟ ପ୍ରାଥମିକ କୃଷି ସମବାୟ ସମିତି କମିଟି ଗଠନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଗୁରୁ ଦିବସ…..

Sunil Chandra Nayak

Leave a Comment

error: Content is protected !!