ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ପ୍ରତାପ କିଶୋର ରାଉତ

 

ବୈଶାଖ ମାସ ର ଶୁକ୍ଳ ତୃତୀୟା ଯେ

       ତିଥୀ ମଧ୍ୟେ ଏହା ସାର

ଅକ୍ଷୟ ତୃତୀୟା ନାମ ରେ ବିଖ୍ୟାତ

       ହସି ଉଠେ ପଲ୍ଲୀ ପୁର ।

 

କୃଷି ଭିତ୍ତିକ  ଏ ପରବ   ଅଟଇ

       କୃଷକ ପରିବାରରେ

ଅକ୍ଷି ଅନୁକୂଳ ହୁଏ ଏ ଦିନରେ

      ବସୁଧା ପୂଜା ବିଧିରେ ।

 

ଶୁଭ ଅନୁକୂଳ କରି ଏ ଦିନ ରେ

      ବିହନ ବୁଣେ କୃଷକ

ମାତା ଲକ୍ଷ୍ମୀ ଙ୍କର ଶୁଭ ଦୃଷ୍ଟି ବଳେ

     ଘୁଞ୍ଚେ ଦୁଃଖ ଦୁର୍ବିପାକ ।

 

ଏହିଦିନ ସୂର୍ଯ୍ୟ ଚନ୍ଦ୍ର ଅବସ୍ଥାନ

     ପବିତ୍ର ବେଳା ରେ ହୋଇ

ନାନା ଶୁଭ କର୍ମ    ଏହିଦିନ ଟିରେ

     ସମ୍ଭବ ଯେ ହୋଇ ଥାଇ।

 

ପ୍ରଭୁ ଜଗନ୍ନାଥ  ଙ୍କର ରଥ କାଠ 

        ଏହି  ଦିନେ  ଅନୁକୂଳ

ସେଥିପାଇଁ କେତେ ବିଧି ବିରଚିତ 

       ଲଭିଛି ପୂଣ୍ୟ ଉତ୍କଳ।

 

ଏ ଦିନେ ଗଣେଶ ବ୍ୟାସ ଦେବ ମିଶି

       ମହାଭାରତ ରଚିଲେ

ଦେବୀ ଅନ୍ନପୂର୍ଣା ଏହି ଦିବସ ରେ

      ଜନମ ଯେ ଲଭିଥିଲେ ।

 

ଏଦିନେ ଶ୍ରୀକୃଷ୍ଣ ଅକ୍ଷୟ ପାତ୍ର ଯେ

     ଅରପିଲେ ପାଣ୍ଡବ ଙ୍କୁ

ଏ ପାତ୍ର ଧରିଣ ସ୍ମରଣ ମାତ୍ର କେ

     କ୍ଷୁଧା ତୃଷା ଖଣ୍ଡିବାକୁ ।

 

ଭକତ ସୁଦାମା ବନ୍ଧୁ କୃଷ୍ଣ ଠାରୁ

     ଲଭିଲେ ଅମାପ ଧନ

ପ୍ରମାଣ କରିଲେ ଭକତ ବତ୍ସଳ

     ଭକ୍ତାଧୀନ ଭଗବାନ ।

 

ଗୃହ ପୁଷ୍କରିଣୀ ମନ୍ଦିର ନିର୍ମାଣ

     ପାଇଁ ଅନୁକୂଳ ଦିନ

ମଙ୍ଗଳ ଆଶୀଷ ଢ଼ାଳି ଦେଇ ଥାନ୍ତି

     ପ୍ରଭୁ ପରମ କାରଣ ।

 

ପୂଣ୍ୟ ଉତ୍କଳ ର ଏହି ଶୁଭ ଦିନେ

     ଭାଇ ଚାରା ଭାବ ନେଇ

ପରସ୍ପର ସ୍ନେହ ମମତା ରଜ୍ଜୁ ରେ

     ରହିଥାନ୍ତି ବନ୍ଧା ହୋଇ ।

 

ଭାରତ ଭୂଖଣ୍ଡ ଆର୍ଯ୍ୟ ସଂସ୍କୃତି ର

     ମହାନତା ଗାଇଥାଏ

ଏ ପୂଣ୍ୟ ମାଟିର ବିଶେଷତ୍ୱ ଦେଖି

       ବିଶ୍ୱ ଚମତ୍କୃତ ହୁଏ ।

 

ତେନ୍ତୁଳିପଦୀ ,ହାଟଡ଼ିହି , କେନ୍ଦୁଝର

   

 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

ବଳଦିଆମାଲ ଗ୍ରାମ ସ୍ଥିତ ଇଂରାଜୀ ମିଡିୟମ ବିଦ୍ଯାଳୟରେ ଗୁରୁଦିବସ ପାଳିତ

Sunil Chandra Nayak

ମିନତି ଦାଶ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

Leave a Comment

error: Content is protected !!