ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

ନୂଆପଡା ଜିଲ୍ଲାରେ ସୁଭଦ୍ରା ଯୋଜନାର ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ 

ନୂଆପଡା,ନୂଆପଡା ଜିଲ୍ଲାରେ ଓଡିଶା ସରକାରଙ୍କ ମହିଳା ସହାୟତା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରାର ସଫଳ ରୂପାୟନ ପାଇଁ ଏହାର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଳା ସ୍ତରୀୟ ତଦାରଖ କମିଟି ର ଅଧ୍ୟକ୍ଷ ଜିଲ୍ଲାପାଳ ମଧୁସୂଦନ ଦାଶ, ସଦସ୍ୟ ହିସାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏଲ ଡି ଏମ ସୀତାରାମ ମେହେର,ଜିଲ୍ଲା ଇ ଶାସନ ପରିଚାଳକ ବୀରେନ୍ଦ୍ର ସିଂ ଦଣ୍ଡସେନା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆବାହିକା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର, ସମସ୍ତ ସିଡିପିଓ, ସମସ୍ତ ଅଙ୍ଗନବାଡି ସୁପରଭାଇଜର ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l

 ଜିଲ୍ଲାରେ ରେ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରି ସେସମସ୍ତଙ୍କୁ କିଭଳି ସାମିଲ କରାଯାଇପାରିବ,କି ସମସ୍ୟା ଆସିବ ଏବଂ କିଭଳି ତାହାର ସମାଧାନ ହେବ,ଏହା ଉପରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଦିଗଦର୍ଶନ ଦେଇ ପୁଙ୍ଖାନୂପୁଙ୍ଖ ଆଲୋଚନା କରିଥିଲେ l

ପ୍ରତି ଘରେ ଏହି ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଏବଂ ଯୋଜନାର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

masiha

ଜୁନାଗଡ଼ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

सामाजिक कार्यकर्ता इंजीनियर सेवक श्रीकांत “सेबानिधि” सम्मान में सम्मानित

masiha

Leave a Comment

error: Content is protected !!