ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁନଙ୍ଗବେଡ଼ା ଗାଁ ର ବରିଷ୍ଟ ନାଗରିକ ଶ୍ରୀଯୁକ୍ତ ଋଷି ସାହୁ ଙ୍କ ଦେହାନ୍ତ

ଗୁନଙ୍ଗବେଡ଼ା ଗାଁ ର ବରିଷ୍ଟ ନାଗରିକ ଶ୍ରୀଯୁକ୍ତ ଋଷି ସାହୁ ଙ୍କ ଦେହାନ୍ତ

କଳାହାଣ୍ଡି ଜିଲ୍ଲା ମ. ରାମ୍ ପୁର ବ୍ଲକ୍ ଅନ୍ତର୍ଗତ ବାରବନ୍ଧା ପଞ୍ଚାୟତ ଗୁନଙ୍ଗବେଡ଼ା ଗାଁର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଋଷି ସାହୁ ଙ୍କ ଗତ କାଲି ରାତି ୧୨ ଟା ୩୦ ମିନିଟ୍ ସମୟରେ ନିଜ ବାସ ଭବନ ରେ ପରଲୋକ ଘଟିଛି, ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା,ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ହୋଇ ଭବାନୀପାଟଣା ମୁଖ୍ୟ ଚିକିଚ୍ୟାଳୟ ରେ ଚିକିତ୍ସିତ ହେଉ ଥିଲେ। ଶେଷ ମୁହୂର୍ତ୍ତ ରେ ପରିବାର ଲୋକେ ତାଙ୍କୁ ନିଜ ଘରକୁ ଆଣି ଥିଲେ, ଶନିବାର ରାତି ୧୨ ଟା ୩୦ ମିନିଟ୍ ସମୟରେ ସେ ଇହ ଧାମ ତ୍ୟାଗ କରିଥିଲେ ।

ମୃତ୍ୟୁ ସମୟରେ ବଡ଼ ପୁଅ ଭରତ ସାହୁ, ତିକେଶ୍ୱର୍ ସାହୁ, ଲଖେଶ୍ୱର୍ ସାହୁ, ଖଗେଶ୍ବର ସାହୁ, ଜ୍ବାଇଁ ବିଷ୍ଣୁ ସାହୁ ଙ୍କ ସହିତ ସମସ୍ତ ପୁତ୍ର ବଧୂ ଓ ସମସ୍ତ ପରିବାର ର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କର ଅମର ଆତ୍ମା ର ସଦଗତି କାମନା ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା।

ଜଗତ ରାମ ସାହୁ ଙ୍କ ସହ ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

 ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ୦୮ ଗୋଟି ପୋଥି ଦାନ

Sunil Chandra Nayak

ପୁଜି ପଦର ଗ୍ରାମରେ ସାତ ପରିବାର ଜଳ ବନ୍ଧିରେ, ସ୍ଥାୟୀ ସମାଧାନ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!