ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬’ ଉଦଯାପିତ

୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ

ଶିଶୁମାନଙ୍କ ଦ୍ୱାରା କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୬’ ଉଦଯାପିତ

ବ୍ରହ୍ମପୁର ତା ୨୭.୦୧.୨୦୨୬ ରିଖ :ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୬”‘ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଶିଶୁ ମାନଙ୍କ ଦ୍ଵାରା ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଖଲିକୋଟ ଏକକ ବିଶ୍ବିଦ୍ୟାଳୟର ପୁର୍ବତନ ପରୀକ୍ଷା ନିୟନ୍ତ୍ରକ ଡ କିଶୋର ହରି ବାଡାତ୍ୟା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ , ଆଇ ଏସ୍ ଆର ଡି ର ନିର୍ଦେଶକ ସୁଧୀର ସାବତ ଅତିଥି ରୂପେ ଯୋଗଦେଇ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ଅପରେସନ ସିନ୍ଦୁର ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ହୃଦୟସ୍ୱର୍ଶି ହୋଇ ପାରିଥିଲା। ଦଳଗତ ନୃତ୍ୟ ପ୍ରତିଯୋଗିତାରେ କାଲାମ ପବ୍ଲିକ ସ୍କୁଲ, ସନ୍ ରାଇଜ କିଡସ ପ୍ଲେ ସ୍କୁଲ୍ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମାଝୀ ଗାଁ କୁ ପୁରସ୍କୃତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିବା ୭୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦଘୋଷକ ରୂପେ ଦାୟୀତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ , ନିର୍ମଳା ଦାଶ , ଅନିଲ କୁମାର ସେଠୀ,ମାନସ ରଥ, ଅରୁଣ ପଟ୍ଟନାୟକ,ଏମ. ମାଧବ ପାତ୍ର, ଧନଜୟ ପାଣିଗ୍ରାହୀ, ଅବିନାଶ ନାୟକ,ପରମାନନ୍ଦ ପଣ୍ଡା, , ବି ସଞ୍ଜୟ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ,ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

ଡଃ ଦେବାନନ୍ଦ ଦାଶ ,  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , କ୍ରାନ୍ତି, ବ୍ରହ୍ମପୁର , 9861016423

Related posts

ଉତ୍କଳ ଦିବସ ପାଳନ କରିଛି ଡାଲମିଆ ସିମେଂଟ, ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମୁଦାୟ ପ୍ରତିବଦ୍ଧତାକୁ ସୁଦୃଢ କରିଛି

Sunil Chandra Nayak

ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ଲାୟନ୍ସ କ୍ଲବ୍‌ରେ ଆୟୋଜିତ

Sunil Chandra Nayak

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

Leave a Comment

error: Content is protected !!