ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

ଥୁଆମୂଳ ରାମପୁର: ୦୧/୦୯ – (ମନିସ ):- ଓଡ଼ିଶାର ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ସମସ୍ତ ଡ୍ରାଇଭର ଭାଇ ମାନେ ରାଷ୍ଟ୍ରୀୟ ଡ୍ରାଇଭର ମହାସଂଘ ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ବ୍ଳକ ଶାଖା ତରଫରୁ ସେପ୍ଟେମ୍ବର ୧ ତାରିଖ ରବିବାର ଦିନ ଡ୍ରାଇଭର ଦିବସ ରୂପେ ବେଶ୍ ଧୂମଧାମରେ ପାଳନ କରିଛନ୍ତି। ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମାଁ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପରେ କୋଷାବରା ସ୍ଥିତ ହେଲୋ ପଏଁଣ୍ଟରେ ଏକ ସାଧାରଣ ସଭା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ଭାଇ ମାନଙ୍କର ହକକୁ ନିମନ୍ତେ ସରକାର ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ ଆଲୋଚନା କରିବା ସହ ଡ୍ରାଇଭର ମାନଙ୍କ ବୀମା ଭଳି ବିଭିନ୍ନ ଦାବି ପୂରଣ ଦିଗରେ ଡ୍ରାଇଭର ମାନେ ନିଜ ନିଜର ମତା ମତ ରଖିଥିଲେ।ଏଭଳି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧ ତାରିଖ ଦିନ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ଭାରତ ବର୍ଷରେ ଚାରିଆଡେ ପାଳନ କରିବା ପାଇଁ ସେମାନେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ଡ୍ରାଇଭର ବନ୍ଧୁ ମାନେ ସଂଘବଦ୍ଧ ଭାବରେ ଏକତ୍ରିତ ଭାବରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ୍ ଡ୍ରାଇଭର ସଂଘ ସଭାପତି ମଦନ ମୋହନ ନାୟକ ନେତୃତ୍ଵ ନେଇଥିବା ବେଳେ ସଂଘର ଉପ ସଭାପତି ପରମେଶ୍ବର ନାଏକ, ସମ୍ପାଦକ ଚକ୍ର ମାଝୀ, ସହ ସଂପାଦକ ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିବା ଜଣାପଡ଼ିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପୋଖରୀ ରେ ବୁଡି ନାବାଳକର ମୃତ୍ୟୁ

masiha

ବାଲାବିହାରୀ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ

Sunil Chandra Nayak

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!