ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ରାୟଗଡ : ତା ୦୨/୦୯/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ,ଶ୍ରୀ ହରିଶl ବି.ସି, ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର ରଞ୍ଜନ କହଁର, ଉପ ଜିଲ୍ଲାପାଳ, ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେଵୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ , ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l

         ଆଜି ମୋଟ ୮୨ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୭ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ୦୮ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ୭୫ହଜାର ଟଙ୍କା ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ମଧୁବାବୁ ପେନସନ ଯୋଜନାରେ ୫ଜଣକୁ ଏବଂ ଓଡିଶା ଜୀବିକା ମିଶନ ତରଫରୁ ମା ମଝିଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ ଓ ଛେଳି ପାଳନ ପାଇଁ ୪ଲକ୍ଷ, ଶ୍ରୀ ଲକ୍ଷ୍ମୀ ସ୍ୱୟଂ ସହଯୋକ ଗୋଷ୍ଠୀକୁ ପନିପରିବା ଓ ମାଣ୍ଡିଆ ଚାଷ ପାଇଁ ୩ଲକ୍ଷ, ମା ମାଝୀ ଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ଓ ପନିପରିବା ଚାଷ ପାଇଁ ତଳଗୁରୁଟି, ହାଲୁଆ ଗ୍ରାମ ପଂଚାୟତକୁ ୧ଲକ୍ଷ୫୯ହଜାର ଟଙ୍କା, ମେରିମାତା ସ୍ୱୟଂ ସହଯୋକ ଗୋଷ୍ଠୀ ବୈଶିଙ୍ଗକୁ ୫୦ହଜାର ଟଙ୍କା ଓ ପରିବl ଚାଷ ପାଇଁ ୧ଲକ୍ଷ ୫୦ହଜାର ଟଙ୍କା ମେରିମାତା ଜରାବଡୁ, ବୈସିଙ୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ lଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ ନାୟକ, ରାୟଗଡ, ଜିଲ୍ଲା ମଙ୍ଗଳ ଅଧିକାରୀ, ଭରତ ଭୂଷଣ ବିଶ୍ୱାଳ, ରାୟଗଡ ପିଡି ୱାଟରସେଡ, ଡ଼ଃ ଦୟାନିଧି ବାଗ,ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ , ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଲଳିତ ମଣ୍ଡଳ, ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଜିଲ୍ଲlକ୍ରୀଡା ଅଧିକାରୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର,ଓଡିଶା ଜୀବିକା ମିଶନର ଡିପିଏମ ହେମନ୍ତ ବାଗ, ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଜିଲ୍ଲାପାଳ କଟପେଟା ଗ୍ରାମପଂଚାୟତର କମ୍ପୋ ମାଲିଗାଁ ଯାଇ ସେଠାରେ ପଲିରୁ ପ୍ରଶାସନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡ଼ିଛୁଆ ଓ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ

masiha

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

Sunil Chandra Nayak

Leave a Comment

error: Content is protected !!