ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

 କଟକ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ” ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା । କୃଷ୍ଣ ଭକ୍ତି ଶୀର୍ଷକ ଭଜନ କଣ୍ଠଶିଳ୍ପୀ ମାନେ ଗାନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି “ଦେବକୀ ଯଶୋଦା ଙ୍କ ଅନାବିଳ ମାତୃ ବାତ୍ସଲ୍ୟ” ଶୀର୍ଷକ କବିତା ପୂର୍ବରୁ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଦୁଇଟି ଅଧିବେଶନରେ ସଭାପତିତ୍ବ କରି ବାତ୍ସଲ୍ୟ ମମତା ଶ୍ରେଷ୍ଠ ସାମାଜିକ ବନ୍ଧନ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ ଘାଟକ ଶ୍ରୀ ଶ୍ରୀ ନୀଳାଚଳ ଦାସ ମହାରାଜ ,ଶ୍ରୀ ରାସବିହାରୀ ମଠ, କଟକ ପ୍ରଦୀପ ପ୍ରଜ୍ବଳନ କରି କୃଷ୍ଣ ବନ୍ଦନା ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଦେବକୀ ଯଶୋଦାଙ୍କ ପୁତ୍ରମୋହକୁ ଆଧ୍ୟାତ୍ମିକ ସ୍ଵରରେ ସରଳ ଭାବେ ବିଶ୍ଳେଷଣ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ପୁରାଣ ସାହିତ୍ୟରେ ମାତୃଶକ୍ତିର ଗରିମା ଉଦାହରଣ ମଧ୍ୟରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର, ପ୍ରଧ୍ୟାପିକା ( ଓଡ଼ିଆ ଭାଷା ସାହିତ୍ୟ ବିଭାଗ ) ଦେବକୀ ଯଶୋଦାଙ୍କ ମମତାର ସ୍ୱରୁପକୁ କାବ୍ୟିକ ଉପମା ମାଧ୍ୟମରେ ବର୍ଣ୍ଣନା କରିଥିଲେ ।

ବିଶିଷ୍ଟ ଅତିଥି କବି ନାରାୟଣ ମୁଦୁଲି ମହାମହିମ ରାଜ୍ୟପାଳଙ୍କ ଓ. ଏସ୍. ଡ଼ି-ସହ-ହିନ୍ଦୀ ଅଧିକାରୀ ରାଜଭବନ, ଭୁବନେଶ୍ୱର ଡ଼କ୍ଟର ପ୍ରଣତୀ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷା , ଶୈଳବାଳା ମହାବିଦ୍ୟାଳୟ ଯୋଗଦେଇ ପୁରାଣ ସାହିତ୍ୟରେ ନାରୀ ଶକ୍ତିର ଗରିମାକୁ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ସାଗରିକା ଜେନା, କବି ଜଗନ୍ନାଥ ବାରିକ , କବି ତୋଫାନ ଜେନା ଯୋଗଦେଇ ଆଧୁନିକ କବିତାରେ ପୁରାଣ ସାହିତ୍ୟର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶୁକବି ହେମନ୍ତ ଜେନା ଏବଂ କବୟିତ୍ରୀ ପ୍ରବାସିନୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଦୁଇଶହରୁ ଉର୍ଦ୍ଧ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାରସ୍ବତ ପ୍ରତିଭାଙ୍କୁ ଦେବକୀ ଯଶୋଦା ସାରସ୍ବତ ସମ୍ମାନ ଏବଂ ଦେବକୀ ଯଶୋଦା ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।

କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଡ଼କ୍ଟର ମମତା ତ୍ରିପାଠୀ , ବିଜୟ ପାଇଟାଲ , ଅରୁଣ ପାତ୍ର, ଅନିଶା ମଲ୍ଲ,ଡ଼କ୍ଟର ଅନିରୁଦ୍ଧ କୁର କୁରିଆ, ଆକାଂକ୍ଷା ସାହୁ ଏବଂ ଅନ୍ୟ ମାନେ କୃଷ୍ଣ ଭକ୍ତି ସଙ୍ଗୀତ ଗାନ କରିଥିଲେ । ନୃତ୍ୟଶିଳ୍ପୀ କିଶୋର କୁମାର ଦଳାଇ, ସମର୍ପିତା ସାହୁ, ସୋନାଲି ପ୍ରିୟଦର୍ଶିନୀ ସାହୁ, ଆଦ୍ୟାସା ମହାରଣା, ଆକାଂକ୍ଷା ସାହୁ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଡାକ୍ତର ଦୀନବନ୍ଧୁ ମହାରଣାଙ୍କ “ସ୍ବାସ୍ଥ୍ୟ ସନ୍ଦେଶ” ଉନ୍ମୋଚିତ ହୋଇଥିଲା । ଦଶ ଜଣରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ । କବି ଗୁପ୍ତେଶ୍ୱର ଚାନ୍ଦ(ଝାରସୁଗୁଡ଼ା )ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୁନିୟର୍ ପେନଚାକ ସିଲାଟ ପ୍ରତିଯୋଗିତା ରେ ନବରଙ୍ଗପୁର କୁ ୧୩ଟି ପଦକ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ବୁଲେଇ ବେହେରା ସମ୍ବର୍ଦ୍ଧିତ 

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!