ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା’ ମାଣିକେଶ୍ୱରୀ, କଳାହାଣ୍ଡି ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା -ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା’ ମାଣିକେଶ୍ଵରୀ, କଳାହାଣ୍ଡି ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାରଠାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବରେ ପରିଷଦର ଆଜୀବନ ସଦସ୍ୟ ରାମଚନ୍ଦ୍ର ପଟେଲ, ମୁଖ୍ୟବକ୍ତା ଭାବରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ନାରାୟଣ ନାୟକ, ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ l ଜିଲ୍କା ସଂଯୋଜକ ମନୋଜ କୁମାର ନାୟକ ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସ୍ୱର୍ଣ୍ଣକାନ୍ତି ବୈକାର ଜର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଦେଶାତ୍ମବୋଧକ କବିତା ଆସର ଓ ରାଷ୍ଟ୍ରୀୟ ଚେତନା ଜାଗରଣରେ କଳାହାଣ୍ଡିର ସାହିତ୍ୟିକଙ୍କ ଭୂମିକା ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପାଧ୍ୟକ୍ଷl ମୀନାକୁମାରୀ ମୁଣ୍ଡ, ଧବଳେଶ୍ବର ପାତ୍ର, ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ହେନନ୍ତ କୁମାର ମୁଣ୍ଡ, ସଦସ୍ୟ ଭୁବନେଶ୍ବର ପୁରୋହିତ, ସବିତା ଶତପଥି, ଆବନ୍ଦିନୀ ପାତ୍ର, ପ୍ରତାପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l

ମସିହା ନିଉଜ ସର୍ଭିସ୍ 

Related posts

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

masiha

ଗୋଲାମୁଣ୍ଡା ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୬୫୮ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!