ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

ରାଉରକେଲା: ବିଶ୍ଵ ହିନ୍ଦୁ ପରିଷଦ ର ୬୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଉରକେଲା ଷ୍ଟେସନ ସ୍ଥିତ ସଙ୍କଟ ମୋଚନ ମନ୍ଦିର ଠାରୁ ଏକ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା ବାହାରି ଉଦିତ ନଗର ସ୍ଥିତ ମାହେଶ୍ୱରୀ ଭବନ ପରିସରରେ ସମାପ୍ତ ହୋଇଥିଲା। ଉକ୍ତ ସଭାରେ ରାଜକୁମାର ବଡ଼ପଣ୍ଡା ମୁଖ୍ୟ ଅତିଥି, ଡ଼ଃ ସନାତନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହିନ୍ଦୁ ସମାଜ ଜାତିପ୍ରଥା ର ଉର୍ଦ୍ଧ୍ବରେ ରହି ହିନ୍ଦୁ ଏକତା ବଜାୟ ରଖି ଆଗାମୀ ଦିନ ରେ ସମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ଉପଦେଶ ଦେଇଥିଲେ। ରାଉରକେଲା ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା ରାଉରକେଲା ପରିଷଦ ଦ୍ଵାରା ଗତ ୬୦ ବର୍ଷ ଧରି ହୋଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକର୍ମ ଉପରେ ଆଲୋଚନା କରିଥିଲେ। ଉକ୍ତ ବୌଦ୍ଧିକ ସଭା କୁ ବିଶ୍ଵ ହିନ୍ଦୁ ପରିଷଦ ର ମଠ ମନ୍ଦୀର ପ୍ରମୁଖ ଘନଶ୍ୟାମ ପାଣି ସଞ୍ଚାଳନ କରିଥଲେ। ପରିଷଦ ର କୋଷାଧ୍ୟକ୍ଷ ବିକାଶ ଗୋୟଲ୍ ଧନ୍ୟବାଦ ଅର୍ପଣ କରିଥଲେ। ଉକ୍ତ ସଭାରେ ପୂର୍ବତନ କାର୍ଯ୍ୟକର୍ତ୍ତା ଓ ସହଯୋଗୀ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଜରଙ୍ଗ ଦଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ ରାକେଶ ଶର୍ମା, ରାଜେଶ ସାହୁ ପ୍ରଭୃତି ଶୋଭାଯାତ୍ରା ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ଅମୂଲ୍ୟ ମିଶ୍ର,ସର୍ବେଶ୍ଵର ଦାଶ, ମାଙ୍ଗେ ଏକା, ଗୋଦାବରୀଶ ଶତପଥୀ ପ୍ରଭୃତି ଯୋଗ ଦେଇଥିଲେ। ଏହାଛଡା ବିଭିନ୍ନ ହିନ୍ଦୁ ସଙ୍ଗଠନ ଏହି ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ବିଭିନ୍ନ ଆଖଡ଼ା ର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ପ୍ରକାରର କ୍ରୀଡା ଓ କୌଶଳ ପ୍ରଦର୍ଶନ କରିଥଲେ । ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ। ଉକ୍ତ ଶୋଭା ଯାତ୍ରା ଓ ସଭା ରେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ହିନ୍ଦୁ ସନାତନ ଭାଇ ଓ ଭଉଣୀ ଯୋଗ ଦେଇଥିଲେ। ରାଉରକେଲା ଓ କୁଆଁରମୁଣ୍ଡା, ଲାଠିକଟା ତଥା ବିସ୍ରା ଅଞ୍ଚଳର ସଭ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା l ୪୫ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ 

Sunil Chandra Nayak

Leave a Comment

error: Content is protected !!