ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ, ଭିତରକନିକା ରୁ ଦେଶୀୟ ପକ୍ଷୀଙ୍କ ମଳ ପରୀକ୍ଷା ପାଇଁ ‌ଗଲା ଗବେଷଣା କେନ୍ଦ୍ର

ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ, ଭିତରକନିକା ରୁ ଦେଶୀୟ ପକ୍ଷୀଙ୍କ ମଳ ପରୀକ୍ଷା ପାଇଁ ‌ଗଲା ଗବେଷଣା କେନ୍ଦ୍ର

ରାଜନଗର-୩.୯.୦୨୪ କେତେକ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ସବୁଠି ବ୍ୟାପିବାରେ ଲାଗିଲାଣି ବାର୍ଡ ଫ୍ଲୁ।ଏଥିରେ ହଜାର ହଜାର କୁକୁଡା ଆକ୍ରାନ୍ତ ହୋଇ ନାଳ ,ନଦୀ, ରାସ୍ତା କଡ଼ରେ ଫୋପଡା ଯାଉଛି।ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵନ ଖଣ୍ଡ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଛନକା ଲାଗିଛି।ବନବିଭାଗ ର ଆଖିରୁ ‌ନିଦ ହଜାଇ ଦେଇଛି କୁକୁଡା ବାର୍ଡ ଫ୍ଲୁ। ସେଥିପାଇଁ ମଠ୍ ଆଡିଆ,ଦୁର୍ଗା ପ୍ରସାଦ ଡିଆ,ଲକ୍ଷ୍ମୀପ୍ରସାଦଡିଆ ରେ ‌ଲକ୍ଷାଧିକ ଦେଶୀୟ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ଭିତରକନିକା ‌ଚାରିପଟେ ଥିବା ଗ୍ରାମମାନଙ୍କରେ ମଧ୍ୟ ଶତାଧିକ ପକ୍ଷୀଙ୍କ ମେଳି ଦେଖିବାକୁ ମିଳୁଛି। ଏନେଇ ପୁରୀ ଭୂବନେଶ୍ବର ରେ ବାର୍ଡ ଫ୍ଲୁ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ଭିତରକନିକାର ଦେଶୀୟ ପକ୍ଷୀମାନଙ୍କୁ ବାର୍ଡ ଫ୍ଲୁ ହୋଇଛି କି ନାହିଁ ସେନେଇ କୋୖଣସି ପରୀକ୍ଷା କରାଯାଇ ନଥିବାରୁ ବନବିଭାଗ ଚିନ୍ତାରେ‌ଥିବା ଏସିଏଫ ମାନସ ରଞ୍ଜନ ଦାସ କହିଛନ୍ତି ,ଏହାପଶୁ ଚିକିତ୍ସକମାନଙ୍କ ଦ୍ବାରା ମଳ ସଂଗ୍ରହ କରି ଫୁଲନଖରା ସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଯିବ। ଗତକାଲି ରାଜନଗର ପଶୁ ଚିକିତ୍ସା ବିଭାଗ ‌ଡ଼ାକ୍ତର ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଭେଟେନାରୀ ସର୍ଜନ ସନ୍ତୋଷ ଜେନା,ଏଲ ଆଇ ପିନାକି ଚରଣ ରାଉତ ଙ୍କୁ ନେଇ ଏକ ଟିମ ଦେଶୀୟ ପକ୍ଷୀଙ୍କ ସମାଗମ ସ୍ଥଳରୁ ମଳ,ପାଣି,ପତ୍ର,ପର ନମୁନା ସଂଗ୍ରହ କରିବା ସହ ଆଖପାଖରେ ପ୍ରାୟ ୧୮/୨୦ଟି ଗ୍ରାମରୁ ‌କୁକୁଡା ଓ ଵତକର ମଳ ସଂଗ୍ରହ କରି ଆଜି ପରୀକ୍ଷା ପାଇଁ ଗବେଷଣା କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ଜଣାପଡ଼ିବ ଵୋଲି ଏସିଏଫ ମାନସ ରଞ୍ଜନ ଦାସ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

Sunil Chandra Nayak

ଖଡ଼ିଆଳ ରେ ଖୋଲିବ ହେଲ୍ଥ ୱେଲନେସ ସେଣ୍ଟର

Sunil Chandra Nayak

Leave a Comment

error: Content is protected !!