ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରିଡ଼ିରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ ୩୦ ଟି ଅଭିଯୋଗ ଶୁଣିଲେ ବିଡ଼ିଓ 

ଗାରିଡ଼ିରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ ୩୦ ଟି ଅଭିଯୋଗ ଶୁଣିଲେ ବିଡ଼ିଓ 

ବନ୍ଧୁଗାଁ ତା, ୪/୯/୨୪,ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠିଙ୍କ ସଭାପତିତ୍ୱରେ ଆଜି ଗାରିଡି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରିୟ ଜନ ଶୁଣାନୀ ଅଭିଯୋଗ ଶିବିର ହୋଇଥିଲା I ଏହି ଅଭିଯୋଗ ଶୁଣାନୀରେ ପଞ୍ଚାୟତରେ ମୋଟ ୩୦ ଗୋଟି ଅଭିଯୋଗ ବିଡ଼ିଓ ଶ୍ରୀ ସେଠି ଶୁଣିଥିଲେ I ଏଥିରେ ମନରେଗା ଯୋଜନାର ଡିମାଣ୍ଡ ମରାଯାଇଥିବା ବିଲର ଟଙ୍କା ଶ୍ରମିକଙ୍କ ଖାତାକୁ ଛଡାଯାଉ, ୨୧-୨୨, ଓ ୨୨- ୨୩ ବର୍ଷର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଦ୍ୱାରା କୋରାଯାଇଥିବା କିଛି ହିତାଧି କାରିଙ୍କ ଘର ଶେଷ ପରର ଅନ୍ତିମ ଟଙ୍କା ଖାତାକୁ ଆସିନଥିବା,ଗାଁ ମଝିରେ ରହିଥିବା ବିଜୁଳି ଟ୍ରାନ୍ସଫର୍ମର କୁ ଅନ୍ୟତ୍ର ସ୍ଥାନାନ୍ତର ଓ ଗ୍ରାମରେ ଠିକ ଭାବରର ବିଜୁଳି ଯୋଗାଈ ଦେବା ଏବଂ ବର୍ଷା ହେଉଥିବା ହେତୁ ସ୍ଥାନେ ସ୍ତାନେ ବର୍ଷା ପାଣି ଜମି କାଦୁଅ ହୋଇ ମଶା ଅତ୍ୟଧିକ ଭାବରେ ହୋଉଥିବାକୁ ରଖିବା ପାଇଁ ବ୍ଲିଚିଙ୍ଗ ପାଉଡର ପକାଯାଇ ଲୋକଙ୍କୁ ସୁରକ୍ଷା ଯୋଗାଈ ଦେବା ଓ ଏହିପରି ବହୁ ବିଷୟରେ ମିଳିତ ଜନଶୁଣାନୀ ଅଭିଯୋଗ ହୋଇଛି I ବିଡ଼ିଓ ଏଥିରେ ଗାଁ ସଫା ରଖିବା ବର୍ଷା ପାଣିକୁ ଗାଁ ଭିତରେ ଯେମିତି ନରହୀ  ନିଷ୍କାସନ ହୋଇପାରିବ ଓ କାଦୁଅ ହବାପାଇଁ ନଦେଇ ସଫା ସୁତୁରା ରଖିବା ଓ ଗାଁରେ ବସବାସ କରୁଥିବା ଲୋକେ ନିଜ ନିଜ ଘର ଆଖ ପାଖ ରେ ଘର ବ୍ୟବହାର ପାଣିକୁ ଜମି ରଖିବା ନାହିଁ ଓ କାଦୁଅ କରିବା ନାହିଁ ଘର ଚାରି ପାଖ ସଫା ସୂତର କରିବା ଓ ଘରେ ମହିଳା ରଖିବା ନାହିଁ ଘର ଲୋକେ ଦିନ ହଉ ବା ରାତ୍ର ସମୟ ହେଉ ଶୋଇବା ପୂର୍ବେ ମସାରି ଟାଙ୍ଗି ଶୋଇବା, ଦିନରେ ମଧ୍ୟ ମସାରି ଟାଙ୍ଗି ଶୋଇବା ଜରୁରୀ ନଚେତ ଦିନବେଳେ ଯେଉଁ ମଶା କାମୁଡ଼େ ତାଠାରୁ ହିଁ ମ୍ୟାଲାରିଆ ହବାର ସମ୍ଭାବନ ଅଧିକ I ରାତ୍ର ସମୟରେ କାମୁଡିବା ମଶା ଦ୍ୱାରା ସାଧାରଣ ଭାବରେ ଜ୍ଵର ହୋଇଥାଏ I  ଏଣୁ୍କରି ଦିନବେଳେ ମଧ୍ୟ ମଶା ପ୍ରତି ସାବଧାନ ହେବା ଜରୁରୀ ବଲି ବିଡ଼ିଓ ଶ୍ରୀ ସେଠି ବୁଝେଇଥିଲେ I

ସଂଜୀବ କୁମାର 

Related posts

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଉତ୍କଳ ଦିବସ ରେ ଓଡ଼ିଆ କବି ଲେଖକ ମାନଙ୍କ ଲେଖାର ଦ୍ଵିତୀୟ ବର୍ଷ ସଂସ୍କରଣ ର “ବିଶ୍ଵମ୍ଭରା ” ହେଲା ପ୍ରକାଶିତ 

Sunil Chandra Nayak

Leave a Comment

error: Content is protected !!