ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦାରେ ବୀର ବିର୍ସା ମୁଣ୍ଡା କମିଟି ତରଫରୁ ହୋ ସମାଜର ଦିଲ୍ଲୀ ଚଲୋ ପାଇଁ ପ୍ରସ୍ତୁତି ବୈଠକ

ଜାମଦାରେ ବୀର ବିର୍ସା ମୁଣ୍ଡା କମିଟି ତରଫରୁ ହୋ ସମାଜର ଦିଲ୍ଲୀ ଚଲୋ ପାଇଁ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ;ତା -୪/୦୯ ( ମସିହା) ବୀର ବିର୍ସା ମୁଣ୍ଡା କମିଟି ତରଫରୁ ହୋ ସମାଜର ଦଲାବୁ ଦିଲ୍ଲୀ ୪.୦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି।ଏହି ବୈଠକ ରେ ୧୦୦ଜଣ ଦିଲ୍ଲୀ ଯିବା ପାଇଁ ସହମତି ଦେଲେ। ହୋ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁଁ ହୋ ଯୁବ ମହାସଭା ,ଚାଇବସାର ଆହ୍ବାନ କ୍ରମେ ବୀର ବିର୍ସା ମୁଣ୍ଡା କମିଟି ଜାମଦାର ସଭାପତି ଘନଶ୍ୟାମ ପିଙ୍ଗୁଆ ଙ୍କ ଆହ୍ବାନ କ୍ରମେ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ବସିଥିଲା।ଆସନ୍ତା ସେପ୍ଟେମ୍ବର ୧୨ତାରିଖ ଦିନ ଯାତ୍ରା ଆରମ୍ଭ କରି ୧୪ତାରିଖ ଦିଲ୍ଲୀ ର ଜନ୍ତରମନ୍ତର ଠାରେ ଧାରଣା ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇ ଅଛି।ଆଜିର ବୈଠକ ରେ ସାଧାରଣ ସମ୍ପାଦକ ବିର୍ସା କଣ୍ଡା଼କେଲ ,ସହ ସମ୍ପାଦକ ନାହୁରୁ ହେମ୍ବ୍ରମ, ମାଝୀଆ ଅଲଡା, ତ୍ରିନାଥ ସିଦ୍ଧୁ, କୋଷାଧ୍ୟକ୍ଷ କାମିନୀ କାନ୍ତ ବାଗେ, କମିଟି ଉପଦେଷ୍ଟା ହରିଚରଣ ବିରୁଆ,ଜଟେୟା ସାଓୟା, ଦାମୋଦର ପୂର୍ତ୍ତି,କୁଦିରାମ କାରଆ, ମଧୁସୂଦନ ବିରୁଆ, ଚନ୍ଦ୍ର ମହୋନ ପିଙ୍ଗୁଆ, ଘନଶ୍ୟାମ ପିଙ୍ଗୁଆ,କିଣିରାମ ଅଲଡା,ରୂପନାରୟଣ ପିଙ୍ଗୁଆ, ହିମାଂଶୁ ବାଗେ ଓ କମିଟି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

masiha

ଇଫୁନା ଓ ଉଫୁନା ପକ୍ଷରୁ ପଦ୍ମ ଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫  

Sunil Chandra Nayak

Leave a Comment

error: Content is protected !!