ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସ୍ତରୀୟ ବ୍ରଜନାଥ ବଡ଼ଜେନା ଜୟନ୍ତୀ

ଢ଼େଙ୍କାନାଳ:ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସମର କବି ବ୍ରଜନାଥ ବଡ଼ଜେନା ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇ ଅଛି । ପ୍ରାତଃ ୮ଘ.ରେ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟ ତଥା ରାଜପ୍ରସାଦ ନିକଟସ୍ଥ ଶିଶୁ ଉଦ୍ୟାନ ରେ ଅବସ୍ଥାପିତ କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲାପାଳ ସରୋଜ କିଶୋର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସମେତ ଢ଼େଙ୍କାନାଳ ର ଅନେକ ଜ୍ଞାନୀ, ଗୁଣୀ, ସାହିତ୍ୟିକ ଉକ୍ତ ଉକ୍ତ ମାଲ୍ୟାର୍ପଣ ଉତ୍ସବରେ ସାମିଲ୍ ହୋଇଥିଲେ । ପୂର୍ବାହ୍ନ ୧୦ ଘ. ରେ ଢେଙ୍କନାଳ ର ଗୋପବନ୍ଧୁ ଟାଉନ୍ ହଲ ଠାରେ ଏକ ସାରସତ୍ଵ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କ ସାମଗ୍ରୀକ କୃତି ଉପରେ ବିଶଦ ବ୍ୟାଖ୍ୟା କରିଥିଲେ । ବିଶିଷ୍ଟ ସାମ୍ବାଦିକ ତଥା ପରିବେଶବିତ୍ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁରାତନ ସାହିତ୍ୟ ନୂତନ ପୀଢ଼ି ଙ୍କ ଉପରେ ଚେତନା ସଂଚାର କରାଏ ବୋଲି ମତ ବ୍ୟକ୍ତ କଲେ ତଥା କବିଙ୍କ ଜୀବନୀ ଓ ସମର ଚିତ୍ର ପ୍ରଦାନ କରିଥିଲେ । ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବୀ ପ୍ରଭାସିନୀ ମହାଖୁଡ଼ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାନବ ଧର୍ମ ର, ଜାତିର ଉତ୍ ଥାନ ପାଇଁ, ସଂସ୍କୃତି ସମ୍ପନ୍ନ ଐତିହାସିକ ସାହିତ୍ୟ ପାଇଁ ବ୍ରଜନାଥ ସବୁକାଳେ ମନେ ରହିବେ , ସାହିତ୍ୟ ମାଧ୍ୟମରେ ଜାତି ବଂଚେ ବୋଲି ମତବ୍ୟକ୍ତ କରିଥିଲେ। ଡ଼ଃ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ବିଭୂତି ଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଲ୍ଟରନେଟିଭ ରିଥିମ୍ ଥିଏଟର, ଛଦେଶ ସାହିତ୍ୟ ସଂସଦ, ସନ୍ଧ୍ୟାତାରା ସାହିତ୍ୟ ସଂସଦ, କବି ଭୂଷଣ ସାହିତ୍ୟ ସଂସଦ, ରେଣୁବାଳା ସାହିତ୍ୟ ସଂସଦ, ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ,ଢ଼େଙ୍କାନାଳ ଥିଙ୍କର୍ସ ଫୋରମ୍ ର ସଦସ୍ୟମାନେ ତଥା ଢ଼େଙ୍କାନାଳ ର ଅନେକ ଜ୍ଞାନୀ, ଗୁଣୀ ଉକ୍ତ ସଭାକାର୍ଯ୍ୟ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ସୁଶ୍ରୀ ରାମେଶ୍ଵରୀ ପଟ୍ଟନାୟକ, ସୁଶ୍ରୀ କାଦମ୍ବରି ମହାଖୁଡ, ସୁଶ୍ରୀ ରୋଜାଲିନ ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କ ଗୁରୁତ୍ଵପୁର୍ଣ ବୈଠକ ଓ ନୂତନ କମିଟି ଗଠନ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଘୋଷଯାତ୍ରା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!