ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:( ତା ୦୫/୦୯-)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆ ପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ରାଇଘର ଓୟୁଡବ୍ଲୁଯେ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରାଇଘର ଓୟୁଡବ୍ଲୁଯେ ସଂଘର ସଭାପତି ନରସିଂହ ବାଘଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରକାଶ ଝଙ୍କାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଖଗେଶ୍ୱର ହରିଜନ ସମ୍ମାନିତ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଲେ ଝରୀଗାଁ, କୋଷାଗୁମୁଡା, ଡାବୁଗାଁ ଓ ଉମରକୋଟ ବ୍ଲକର ଓୟୁଡବ୍ଲୁଯେ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ |ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଲ୍ଲବୀ ସୋହାୟ,ସହ ଶିକ୍ଷକ ରାଜେଶ କୁମାର ସାହୁ ଓ ଅନ୍ୟ ସହ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ |ମୁଖ୍ୟ ଅତିଥି ଗୁପ୍ତ ପ୍ରସାଦ ଝାଙ୍କର,ଓୟୁଡବ୍ଲୁଯେ ସଂଘର ଜିଲ୍ଲା ସଭାପତି ଶେଖର ଖୁରା ଓ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଦିବସ,ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ଉପରେ ସଂକ୍ଷିପ୍ତରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ |ସଭା ଶେଷରେ ସମସ୍ତେ ବିଦ୍ୟାଳୟର ମୁଖ୍ୟ ଫାଟକରେ ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହିତ ତାକୁ ଯତ୍ନର ସହ ବଢେଇବା ପାଇଁ ଶପଥ ନେଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

masiha

ଜିଲ୍ଲାସ୍ତରୀୟ  ଅଭିଯୋଗ ଜନଶୁଣାଣି ଶିବିର

Sunil Chandra Nayak

ମୁଣ୍ଡରା ଗୁଡା ଓ ଚିଲିଗୁଡାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!