ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡା ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଖରିଫ ଧାନ ସଂଗ୍ରହ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ରାଜସ୍ୱ, କୃଷି, ସମବାୟ, ବିଭାଗର ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟକ ଦଳ ର କର୍ମକର୍ତ୍ତା ଯୋଗଦେଇଥିଲେ l ଜିଲ୍ଲାପାଳ ସେପ୍ଟେମ୍ବର ୧୨ ତାରିଖ ଯାଏଁ ବିଭାଗୀୟ ଅଧିକାରୀ ମାନଙ୍କୁ କୃଷକ ମାନଙ୍କ ଧାନ ବିକ୍ରି ଆବେଦନ ପତ୍ର ତନଖି କାର୍ୟ୍ଯ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ସମସ୍ତ ବିଭାଗ ମାନଙ୍କ ମିଳିତ ଉଦ୍ୟମରେ ଆଗାମୀ ଖରିଫ ଋତୁ ରେ ଯେଭଳି ବିନା ବାଧା ଓ ବିନା କଟନି ଛଟନି ରେ ଚାଷୀ ମାନେ ସେମାନଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରିପାରିବେ, ସେଥିପାଈଁ ସମସ୍ତେ ଯତ୍ନବାନ ହେବା ପାଇଁ ଜିଲ୍ଲପାଳ ଆହ୍ୱାନ ଦେଇଛନ୍ତି l ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସମସ୍ତ ତହସିଲଦାର,ଏ ଆର ସି ଏସ, ଡି ଆର ସି ଏସ,ଯୋଗାଣ ଅଧିକାରୀ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

Sunil Chandra Nayak

ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ଧର୍ମ ପ୍ରାଣା ମହିଳା ଚୁନିବାଳା ନନ୍ଦଙ୍କ ପରଲୋକ

Leave a Comment

error: Content is protected !!