ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

ରାଧାକାନ୍ତ ମହାରଣା ଙ୍କୁ ଅଜିତ ଦାସ ସ୍ମୃତି ସମ୍ମାନ 

ରାଉରକେଲା : ଆମ ପୁଣ୍ୟ ଭୂମି ଭାରତବର୍ଷରେ ଗୁରୁ ଶିଷ୍ୟର ପରମ୍ପରା ଅତୀବ ପ୍ରାଚୀନ ଏବଂ ମହାନ। ଗୁରୁ ହେଲେ ଅନ୍ତର୍ଦ୍ରଷ୍ଟା। ସେ ଶିଷ୍ୟକୁ ଅଜ୍ଞାନତା ରୂପକ ଅନ୍ଧକାରରୁ ଆଲୋକ ବର୍ତୀକା ଦେଖାଇ ଜ୍ଞାନର ଆଲୋକରେ ଉଦ୍ଭାସିତ କରନ୍ତି। ଏକ ଉନ୍ନତ ସମାଜ ଗଠନରେ ଗୁରୁଙ୍କ ଭୂମିକା ଅପରିସୀମ। ଈଶ୍ବରଙ୍କ ସୃଷ୍ଟିରେ ସମଗ୍ର ପ୍ରକୃତି – ସୂର୍ଯ୍ୟ, ଚନ୍ଦ୍ର ଏପରିକି ବୃକ୍ଷ ଲତା ପ୍ରଭୃତି ଆମକୁ ବିଭିନ୍ନ ଭାବରେ ଶିକ୍ଷା ପ୍ରଦାନ କରିଥା’ନ୍ତି। ବେଦ, ଉପନିଷଦରୁ ଗୁରୁ- ଶିଷ୍ୟର ମହାନ୍ ପରମ୍ପରା ସମ୍ପର୍କରେ ଅନୁଶୀଳନ କରିବା ସହ ବର୍ତମାନ ସମାଜରେ ଏହି ପବିତ୍ର ସମ୍ପର୍କର ଅବକ୍ଷୟ ହେଉଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଡାକ୍ତର ଗୋକୁଳାନନ୍ଦ ସାହୁ, ସମ୍ମାନୀତ ଅତିଥି ପ୍ରାକ୍ତନ ପୌରାଧ୍ୟକ୍ଷା ରଶ୍ମି ବାଳା ମିଶ୍ର ଏବଂ ଅନ୍ୟତମ ସମ୍ମାନୀତ ବକ୍ତା କବି ରାଜୀବ ପାଣି ଯୋଗଦେଇ ଉପରୋକ୍ତ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ରାଧାକାନ୍ତ ମହାରଣାଙ୍କୁ ପାଠାଗାରର ପ୍ରତିଷ୍ଠାତା, ପୂର୍ବତନ ବିଧାୟକ ସ୍ବର୍ଗତ ଅଜିତ ଦାସଙ୍କ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ମୃତି ସମ୍ମାନ ସ୍ବର୍ଗତ ଦାସଙ୍କ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ଦାସଙ୍କ ସୌଜନ୍ୟରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ।

ସଭା ପ୍ରାରମ୍ଭରେ ଅତିଥି ମାନେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ସ୍ବର୍ଗତ ଅଜିତ ଦାସଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଚିନ୍ମୟ ବିଦ୍ୟାଳୟର ଛାତ୍ରୀ ଅପର୍ଣ୍ଣା ପଣ୍ଡା ଏବଂ ତ୍ରିଶା ତନିଷ୍କା ରାୟ ଗୁରୁ ବନ୍ଦନା ଏବଂ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ହରିହର ଶତପଥୀ ପ୍ରାରମ୍ଭିକ ସୂଚନା ଏବଂ ସଭାପତି ନବଘନ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ସୁଶାନ୍ତ କୁମାର ଦାସ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ଦେବରାଜ ଗଉଡ଼, ବିଶ୍ବନାଥ ଜେନା, ବିଭୂତି ଭୂଷଣ ଦାସ, ଅଶୋକ କୁମାର ଶୁକ୍ଳ, ସୁଶାନ୍ତ କୁମାର ନାୟକ, ସ୍ନିଗ୍ଧା ସାମନ୍ତରାୟ ଏବଂ ସୁପ୍ରିୟା ମହାନ୍ତି ପ୍ରମୁଖ ସହାୟତା କରିଥିବା ବେଳେ ରଞ୍ଜିତ କୁମାର ଦାସ, ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସବିତା ସାହୁ, ସାବିତ୍ରୀ ଦାସ, ଜ୍ୟୋତ୍ସ୍ନା ରାଣୀ ପାତ୍ର, ନିରୂପମା ମହାପାତ୍ର, ରସ୍ମିତା ପଣ୍ଡା, ରବିନାରାୟଣ ସିଂହ, ରବୀନ୍ଦ୍ର ନାଥ ସାହୁ, ସୁଶାନ୍ତ କୁମାର ସିଂହ, ଧ୍ରୁବ ଚରଣ ନାୟକ, ରମେଶ ଚନ୍ଦ୍ର ସିଂହ, , ଗୋପାଳ ପ୍ରସାଦ ଜେନା, ସୁରେନ୍ଦ୍ର କୁମାର ପଣ୍ଡା, ବିରଜା ଶଙ୍କର ଦାସ, ଉମେଶ ଚନ୍ଦ୍ର ଜେନା, ପ୍ରବୋଧ ଚନ୍ଦ୍ର ଜେନା, ବ୍ରଜକିଶୋର ପାଣି,ତ୍ରିଲୋଚନ ମିଶ୍ର, ମୁରାରି ପ୍ରଧାନ, ହରିଶ୍ଚନ୍ଦ୍ର ଭୂମିଜ, ଗୁରୁ ଚରଣ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ଜେନା, ସୌରଭ ମହାନ୍ତି, ଜ୍ଞାନେନ୍ଦ୍ର କୁମାର ରାୟ, ମଧୁସୂଦନ ବଳ, ଶରତ ଚନ୍ଦ୍ର ମହାନ୍ତି, ରାଧାମୋହନ ନାୟକ, ଗଗନ ବିହାରୀ ଜେନା, ବିଶ୍ବନାଥ ସାହୁ, ସୁଦର୍ଶନ ସାହୁ, ଉଦୟ କୁମାର ସାହୁ, ଗଜେନ୍ଦ୍ର ସାହାଣି, ଚିନ୍ମୟୀ ପୁରୋହିତ, ରାଖାଲ ମହାନ୍ତି ପ୍ରମୁଖ ଶତାଧିକ ସାହିତ୍ୟ-ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି

masiha

ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପି ଆଇ କଲେଜ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!