ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୋନ ମାଧ୍ୟମରେ ଚାକିରୀ ଲୋଭ ଦେଖାଇ ଯୁବତୀ ଚାଲାଣ !

ଟାର୍ଗେଟ ରେ ଆଦିବାସୀ ଅଞ୍ଚଳର ନାବାଳିକା

ବଦ୍ଧକ ପଡିଛି ନାବାଳିକା ଶୁକଲ ଦେଇ ମାଝୀ

ପୁଲିସରେ ବାପାଙ୍କ ଅଭିଯୋଗ

ଥୁଆମୂଳ ରାମପୁର:୧୩/୪ – ମ.ନି.ସ:- ମୋବାଇଲ ଫୋନର ବ୍ଯବହାର କରି ଆଦିବାସୀ ଅଞ୍ଚଳର ଯୁବତୀ ଓ ନାବାଳିକା ମାନଙ୍କୁ ଚାକିରୀ ଦେବା ଲୋଭ ଦେଖାଇ ଠକ ମାନେ ଝିଅ ଚାଲାଣ କରୁଥିବା ନଜରକୁ ଆସିଛି। ବିଶେଷ କରି ଦୁର୍ଗମ ଅଞ୍ଚଳ ର ଅଳ୍ପ ବୟସ୍କ ଆଦିବାସୀ ଝିଅଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଠକ କମ୍ପାନୀ ଖୋଲିଥିବା ଦୁର୍ବୃତ୍ତ ମାନେ ନିକଟରେ ଗ୍ଳେଜ ଇଣ୍ଡିଆ, ଗ୍ଳେଜ ଷ୍ଟାଣ୍ତଇନ କମ୍ପାନୀ ଇତ୍ୟାଦି ନାମରେ ଥୁଆମୂଳ ରାମପୁର ବ୍ଳକର ଝିଅ ମାନଙ୍କୁ ଫୋନ ମାଧ୍ୟମରେ ଯୋଗଯୋଗ କରି ଅଜଣା ଅଞ୍ଚଳ କୁ ନେଇଯାଉଛନ୍ତି ଓ ସେଠାରେ ଝିଅ ମାନଙ୍କୁ ବଦ୍ଧକ ରଖି ପରିବାର ପାଖରୁ ମୋଟା ଅଙ୍କର ଅର୍ଥ ଦାବୀ କରୁଛନ୍ତି। ଟଙ୍କା ନଦେଲେ ତମ ଝିଅ ମୁକୁଳି ପାରିବ ନାହିଁ ବୋଲି କହି ଧମକ ଦେଉଛନ୍ତି। ଏଠାରେ ଏକ ସତ୍ଯତମ ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା କାଣିଗୁମା ଗ୍ରାମପଞ୍ଚାୟତ ନିକଟ ଟେଭାମହୁଲ ଗ୍ରାମର ଶୁକଲ ଦେଇ ମାଝୀ। ପୁୟୁ ମାଝୀଙ୍କ ୧୯ ବର୍ଷୀୟ ଝିଅକୁ ଗୁଣୁପୁର ଗ୍ରାମପଞ୍ଚାୟତର ପୁଲିଙ୍ଗ ପଦର ଗ୍ରାମର ସୁବର୍ଣ୍ଣ ( ଛଦ୍ମ ନାମ ସ୍ବର୍ଣ୍ଣ ଲତା) ର ପରିଚୟ ଦେଇ ଫୋନରେ ଯୋଗାଯୋଗ କରି ଚାକିରୀ ଦେବାକୁ କହି ଯାଜପୁର ନେଇ ବଦ୍ଧକ ରଖିଥିବା ଘଟଣା ଜଣାପଡିଛି। ଏହି ଗ୍ଯାଙ୍ଗର ମୂଖ୍ଯ ଭାବରେ ଜଣେ କେହି ମନସ୍ବିନୀ ବୋଲି ଝିଅ ରହିଛି। ବାରମ୍ବାର ୩ ଟି ଫୋନ ନମ୍ବରର ୮୪୮୦୫୬୬୨୧୯,୮୨୮୦୫୩୨୨୫୪ ଓ ୯୬୯୨୧୦୭୧୨୩ ରୁ ଫୋନ କରି ପୁୟୁ ମାଝୀଙ୍କ ଠାରୁ ୧୫ ହଜାର ଟଙ୍କା ଦାବି କରିବା ସହିତ ଟଙ୍କା ନଦେଲେ ଝିଅକୁ ମାରିଦେବୁ ବୋଲି ଧମକ ଦେଉଛନ୍ତି। ଏଥିରେ ଲାଞ୍ଜିଗଡ ବ୍ଳକର ପାହାଡ ପଦର ଗ୍ରାମର ଝିଅ ଚିତ୍ରା ମଧ୍ୟ ସାମିଲ ରହିଥିବା ଉହ୍ଲେଖ କରିଛନ୍ତି । ଏନେଇ ପୁୟୁ ମାଝୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ସେ ଲିଖିତ ଜଣାଇଛନ୍ତି ଯେ,ଗତ ୪/୪/୨୦୨୨ ତାରିଖ ଦିନ ଏହି ଘଟଣା ଘଟିଛି ପୋଲିଙ୍ଗ ପଦର ଗ୍ରାମର ସୁବର୍ଣ୍ଣ ମାଝୀ( ସ୍ବର୍ଣ୍ଣ ଲତା) ଯାଜପୁରରେ ସେହି ଗ୍ଳେଜ ଷ୍ଟାଣ୍ତଇନ୍ କମ୍ପାନୀରେ କାର୍ଯ୍ଯ କରୁଛନ୍ତି। ସେ ଏବଂ ଲାଞ୍ଜିଗଡ ବ୍ଳକର ବିଜେପୁର ଗ୍ରାମପଞ୍ଚାୟତ ପାଖରେ ଥିବା ପାହାଡ ପଦର ଗ୍ରାମର ଚିତ୍ରାମାଝୀ ଏଦୁହେଁ ଫୋନରେ ମୋର ଝିଅ ସୁକଲ ଦେଇ ମାଝୀକୁ ବିନା ଟଙ୍କାରେ ଚାକିରୀ ଦିଆଯିବ କହି ଲୋଭ ଦେଖାଇ ଝିଅକୁ ଯାଜପୁର ନେଇଯାଇଥିଲେ। ସେଠାରେ ପହଞ୍ଚିବା ପରେ ଗତ ୬/୪/୨୦୨୨ ତାରିଖ ଦିନ ସଂନ୍ଧ୍ୟା ସମୟରେ ମୋର ପୁତୁରା ପୁଅକୁ ପୁଣି ସେମାନେ ଫୋନ କଲେଯେ, ଏହି ଚାକିରୀ ବାବଦକୁ ଆଡମିଶନ ପାଇଁ ୨୫ ହଜାର ଟଙ୍କା ଦିଅ ବୋଲି କହିଲେ। ମୁଁ ୨୦୦୦ ଟଙ୍କା ପଠାଇଲି। ପରେ ପୁଣିଥରେ ୧୫ ହଜାର ଟଙ୍କା ମାଗିବାରୁ ମୁଁ ଦେଇପାରିବି ନାହିଁ ବୋଲି କହିବାରୁ ସେମାନେ କହିଲେଯେ ତୋର ଝିଅକୁ ବାହାରେ ବାହାର କରିଦେବୁ ସେ ମଲେକି ଜୀଇଁଲେ ଆମର ଦାୟୀ ନାହିଁ।ନଚେତ ଟଙ୍କା ଦେଲେ ତମ ଝିଅକୁ ଛାଡିବୁ ବୋଲି ଧମକ ଦେଉଛନ୍ତି। ଏହାକୁ ନେଇ ପୁୟୁ ମାଝୀଙ୍କ ପୁଲିସରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ପୁଲିସ ଏହି ଘଟଣାରେ ସଫଳ ହେଉଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁଛି ତାହା ଏବେ ଦେଖିବାକୁ ବାକିରହିଲାା।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ୟାମ ନାମ ଶୁଣାନା ତୁ

Sunil Chandra Nayak

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!