ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

ରାଉରକେଲା: ରାଉରକେଲା ସହରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଅଛି। ସଭା ପ୍ରାରମ୍ଭରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଓ ଦ୍ବିତୀୟ ରାଷ୍ଟ୍ରପତି ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ ସହ ପାଠାଗାର ର ସଦସ୍ଯା ସୁମିତା ସ୍ବାଇଁଙ୍କ ମନ୍ତ୍ର ଉଚ୍ଚାରଣ ରେ ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପାଠାଗାର ସଭାପତି ଡ଼ ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନ ଙ୍କ ଆବାହକତ୍ବ ରେ ଗୁରୁଦିବସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ଗୁରୁଦିବସ କମ୍ପୁଟର ଶିକ୍ଷୟତ୍ରୀ ସୁଧାମୟୀ ପାଣିଗ୍ରାହୀ ଗୁରୁବନ୍ଦନା ଗାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ଶ୍ରୀ ସାମନ୍ତରାୟ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜୀବନଧାରା କିପରି ଏକା ଧାରାରେ ସେ ଜଣେ ରାଜନିତୀଜ୍ଞ, ଦାର୍ଶନିକ, ପ୍ରଶିକ୍ଷକ ଏବଂ ସର୍ବୋପରି ଜଣେ ଆଦର୍ଶ ଶିକ୍ଷକ ଥିଲେ ବୋଲି ତାଙ୍କ ବକ୍ତବ୍ଯ ରଖିଥିଲେ। ଅନ୍ୟତମ ବକ୍ତାଭାବରେ କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ଯ ଗୁରୁଶିଷ୍ୟ ପରମ୍ପରା ଓ ପବିତ୍ର ସମ୍ପର୍କ ବିଷୟରେ ଅତୀତ ଓ ବର୍ତ୍ତମାନ ଉପରେ ଆଲୋକପାତ କରି ଏଇ ଗୁରୁଦିବସ ପାଳନ କିପରି ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ ଆଗାମୀ ବର୍ଷ ମାନଙ୍କରେ ପାଠାଗାରରେ ଏଇ ଗୁରୁଦିବସ ଆହୁରି ବିସ୍ତାର ଭାବରେ ପାଳନ କରିବାକୁ ମତବ୍ୟକ୍ତ ସହ ସମସ୍ତ ସଭ୍ଯା ସଭ୍ୟମାନଙ୍କ ସହଯୋଗ କାମନା କରିଥିଲେ। ଅନ୍ତିମରେ ଶେଷ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଡ ରାଧାକ୍ରିଷ୍ଣନ ଙ୍କ ଜୀବନ ଧାରା ଉପରେ ଆଧାରିତ ବିଶେଷ ଶିକ୍ଷଣୀୟ ବିଷୟବସ୍ତୁ ପ୍ରଦାନ କରିଥିଲେ। ଏଇ ପବିତ୍ର ଗୁରୁଦିବସ ଅବସରରେ ପାଠାଗାରର କମ୍ପୁଟର ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷୟିତ୍ରୀ ସୁଧାମୟୀ ପାଣିଗ୍ରାହୀ ଙ୍କୁ ପାଠାଗାର ତରଫରୁ ଉପଢ଼ୌକନ, ଚାରା ବୃକ୍ଷ ଚାରା ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ନିଶୁଳ୍କ କମ୍ପୁଟର ଶିକ୍ଷା ଲାଭ କରିଥିବା ଶିକ୍ଷାର୍ଥୀ ମାନେ ମଧ୍ଯ ତାଙ୍କ ଗୁରୁଙ୍କୁ ଏକ ବିଶେଷ ଉପହାର ଦେଇ ସମ୍ମାନିତ କରିଥିଲେ। ଏଇ ପବିତ୍ର କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ପାଠାଗାର ର ସର୍ବଶ୍ରୀ ଶରତ ଚନ୍ଦ୍ର ରାଉତ, ଅରବିନ୍ଦ ପାତ୍ର, ପ୍ରକାଶ ଚନ୍ଦ୍ର ପାଢୀ, ବସନ୍ତ କୁମାର ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, କୁଳମଣି ଦାସ, ବିକାଶ ବାନାର୍ଜୀ, ଗୀତାଞ୍ଜଳି ମହାରଣା, ଚିନ୍ମୟୀ ହୋତା, ପ୍ରିୟା ପାତ୍ର, ସୌଦାମିନୀ ମିଶ୍ର, ନିରୁପମା ଚାନ୍ଦ, ଅନୁଷ୍କା ପଣ୍ଡା, ସୁଚେତା ସ୍ବାତୀ ପ୍ରଧାନ, ସୁଜାତା ଦାଶ, ଅନୁପମା ମହାନ୍ତ, ମିରା ସାହୁ, ସୁସ୍ମିତା ଦିକ୍ଷୀତ, ସୁଦ୍ଧାମୟୀ ପତି, ସ୍ତି ପତି, ସସ୍ମୀତା ମହାନ୍ତି, ବବିଲତା ନାୟକ, ସୁଭଦ୍ରା ରଶ୍ମୀ ପାଢୀ, ସୁମନ୍ତ କୁମାର ପତି ପ୍ରଭୁତି ସଭ୍ୟମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ସଭା ଶେଷରେ ପାଠାଗାର ଉପ-ସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

masiha

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

masiha

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

masiha

Leave a Comment

error: Content is protected !!