ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ପତ୍ରିକା ” ନବକାକଳି”ର ବିଷୁବ ଉତ୍ସବ

ରାଉରକେଲା/ ଦୀର୍ଘ ୨୭ବର୍ଷ ଧରି ଜଗତସିଂହପୁର ଜିଲ୍ଲାର କନ୍ତାରରୁ ପ୍ରକାଶ ପାଉଥିବା ନବକାକଳି ସାହିତ୍ୟ ପତ୍ରିକାର ବିଷୁବ ଉତ୍ସବ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସାରସ୍ବତ ସଭା,ସମ୍ବର୍ଦ୍ଧନା ସହ ପୁସ୍ତକ ଓ ପତ୍ରପତ୍ରିକାର ଲୋକାର୍ପଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବଣମଲ୍ଲୀ ସାହିତ୍ୟ ସଂସଦ ସୌଜନ୍ୟ ଓ କେଳି କାଞ୍ଚନ ରତ୍ନାକର ପାଠାଗାର ଆନୁକୂଲ୍ୟରେ ରଘୁନାଥପୁରସ୍ଥ ରାମବାବା ଶିଳ୍ପ ତାଲିମ କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପତ୍ରିକାର ସଂପାଦକ ସ୍ବପ୍ନିଳ କବି ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦେବଗଡ ବାମଣ୍ଡା ସାହିତ୍ୟ ସଂସଦର ସଂପାଦକ ପ୍ରଫୁଲ୍ଲ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ବଲାଙ୍ଗିର ଦେଓ ଗାଁର ବ୍ଲକ ଉନ୍ନୟନ ଅଧିକାରୀ ମୁରଲିଧର ନାୟକ ଓ ସମ୍ମାନିତ ଅତିଥି ଭାବେ ଆଗରପଡା ର ସାମ୍ବାଦିକ ହେମନ୍ତ ସିଂହ, ରାଉରକେଲା ର ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ପ୍ରଧ୍ଯାପିକା ଡଃ ବିଷ୍ଣୁ ପ୍ରିୟା ଦାସ ଓ ଶିବାନୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିବାସହ ଓଡିଆ ନବବର୍ଷ ର ପାଳନର ତାତ୍ପର୍ଯ୍ୟ ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରିବାସହ ସାହିତ୍ୟ କିପରି ସମାଜର ହିତସାଧନ କରିପାରେ ସେ ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆରତୀ ତ୍ରିପାଠୀ ଙ୍କ ବେଦଧ୍ବନୀ ପରେ ନବକାକଳି ର ସହ ସଂପାଦକ ମନୋରମା ଦାଶ ସ୍ବାଗତ ଅଭିଭାଷଣ, ଅତିଥିଙ୍କ ପରିଚୟ ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଦୁର୍ଯ୍ୟୋଧନ ମହାନ୍ତି ଓ ଡଃ ବିଚିତ୍ରା ମଞ୍ଜରୀ ତ୍ରିପାଠୀଙ୍କ ସଂଯୋଜନାରେ ରାଜ୍ୟର ପ୍ରାୟ ୫୧ଜଣ କବି ସ୍ବରଚିତ କବିତା ପାଠ କରିଥିଲେ।ଏହି ଅବସରରେ ଗୀତିକବି ପରମାନନ୍ଦ ମିଶ୍ରଙ୍କୁ ନବକାକଳି ବିଷୁବ ସମ୍ମାନ ଓ ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ଗିରିଜା ଦେବୀ,ଶିବାନୀ ଭଟ୍ଟାଚାର୍ଯ୍ୟ, ବିପିନବିହାରୀ ପୃଷ୍ଟି, କ୍ଷମାକର ବେହେରା, ହେମନ୍ତ ସିଂହ, ସାମ୍ବାଦିକ ବିଜୟ ସ୍ବାଇଁ, ସମାଜସେବୀ ଶୁଭକାନ୍ତ ସାମଲ, ଯୁବବାଗ୍ମୀ ବିଶ୍ବକେସନ ଦାଶ,ଯୁବକବି ତେଜସ୍ବିନୀ ପଣ୍ଡାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ନବକାକଳି ର ଓଡିଆ ନବବର୍ଷ ସଂଖ୍ୟା ସହିତ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପ୍ରୀତିଗୀତି,ଫକୀର ଚରଣ ମାର୍ଥାଙ୍କ ଗୀତିନାଟ୍ଯ ରାମାୟଣର ପ୍ରଥମ ଓ ଦ୍ବିତୀୟ ଭାଗ,ସନ୍ନିଭା ମିଶ୍ର ଦାଶଙ୍କ ପୂର୍ଣ୍ଣିମା ର ଜହ୍ନ ପୁସ୍ତକର ଲୋକାର୍ପଣ କରାଯାଇଥିଲା। ଶେଷରେ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ଦେବେନ୍ଦ୍ର ନାଥ କର,ଅଭିପ୍ସା ତ୍ରିପାଠୀ, ଆଇଟିଆଇ ର ଅଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଚାରି ଦଫା ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

Leave a Comment

error: Content is protected !!