ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ

କର୍ଲାମୁଣ୍ଡା: ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୨ତମ ନୂଆଁଖାଇ ଭେଟଘାଟ୍ ୨୦୨୪ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ମୂରଲୀଧର ରଣା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ପୁରୋହିତ, ଅବସର ପ୍ରାପ୍ତ ଶିକ୍ଷକ ମଙ୍ଗଳ ମାଝୀ, ଗଦାଧର ରଣା, ଦେବାର୍ଚ୍ଚନ ରଣା, ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ବିଚାରକ ଭାବେ ରାଧାବଲ୍ଲଭ ନାଟ୍ୟ ସଂସଦର ପୂର୍ବତନ ସଂପାଦକ କୃଷ୍ଣଚନ୍ଦ୍ର ରଣା ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଦେବେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିଲେ l ପ୍ରତିବର୍ଷ ପରି ବୃଦ୍ଧବୃଦ୍ଧାମାନଙ୍କୁ ଉତ୍ତରୀୟ ପ୍ରଦାନ, ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଭେଟଘାଟ୍ କାର୍ଯ୍ୟକ୍ରମରେ ମାଠିଆ ପିଟା, ନୃତ୍ୟ, ଗୀତ, ଚୌକିବସା ଆଦି ପ୍ରତିଯୋଗୀତା ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା l ଏଥିରେ ଅନୁଷ୍ଠାନର ସମ୍ପାଦକ ରୋହିତ ରଣା, ସଦସ୍ୟ ହରିଶଙ୍କର ମାଝୀ, ନଟୁ ରଣା, ଅଜୟ କୁମାର ରଣା, ହରେନ୍ଦ୍ର ରଣାଙ୍କ ସମେତ ଅନେକ ସଦସ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

masiha

‘ଦୃଷ୍ଟି’ କାର୍ଯ୍ୟକ୍ରମ ଅଧୀନରେ ଜିନ୍ଦଲ ଫାଉଣ୍ଡେସନର ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

Leave a Comment

error: Content is protected !!