ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

 ସାରା ରାଜ୍ୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଧିନ ମହୁଲପୁଞ୍ଜି ଗ୍ରାମର କୀର୍ତ୍ତନ ମହାରଣାଙ୍କ ୨୩ ବର୍ଷୀୟା ଝିଅର ଗଣ ଦୁଷ୍କର୍ମ ଚର୍ଚ୍ଚିତ ଘଟଣା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଥିଲା ବେଳେ ଆଜି ସାତ ଅଭିଯୁକ୍ତ ମଧ୍ୟରୁ ଚାରି ଜଣଙ୍କୁ ପୋଲିସ୍ ଗିରଫ କରିଛି lସେମାନେ ହେଲେ ସୋମନାଥ ପରିଡ଼ା (୨୭) ବିରଞ୍ଚି ମହାରଣା(୩୨), ବାବୁଲି ନାଏକ( ୪୦ )ଓ ଅବିନାଶ ପରିଡ଼ା (୨୭ )l ଅନ୍ୟମାନଙ୍କୁ ଧରିବାକୁ ପୋଲିସ୍ ଛାନ୍ ଭିନ୍ ଚଳାଇଛି lସହ ଗାଆଁ ପରିତ୍ୟକ୍ଟ ଡୋକରା ଘରେ ରହୁଥିଲେ l ବାପା ମଦ ପିଇ ଶୋଇ ଗଲା ପରେ ସେଇ ଗାଆଁ ର ଯୁବକ ଛାତ ଉପରକୁ ଟେକି ନେଇ ଗଣ ଦୁଷ୍କର୍ମ କରୁଥିଲେ l ସବୁଠୁଁ ବଡ କଥା ଦିନେ ନୁହେଁ ନିତି ଦିନ ଏପରି ଅମାନୁଷିକ କାର୍ଯ୍ୟ କରିଆସିଛନ୍ତି। ଆଜି ଧରା ପଡ଼ିବା ପରେ ସେମାନଙ୍କୁ ମଧ୍ୟ ଡାକ୍ତରୀ ପରୀକ୍ଷା ପାଇଁ ଢେ଼ଙ୍କାନାଳ ଏସ୍ ପି ନିର୍ଦ୍ଦେଶ ଦେଇଛନ୍ତି lବର୍ତ୍ତମାନ ସେ ସାତ ମାସର ଅନ୍ତସତ୍ତ୍ଵl । ଏଥି ପୁର୍ବରୁ ସେମାନଙ୍କ ଘରକୁ ପୀଡ଼ିତା ନିଜେ ଯାଇ କାହାର ସ୍ତ୍ରୀ, ମାଆ ଓ ବାପା ମାନଙ୍କୁ ନେହୁରା ହୋଇ ଏପରି ଦୁଷ୍କର୍ମ ବନ୍ଦ କରିବାପାଇଁ ଅନୁରୋଧ କରିଛି, ସାହାଯ୍ୟ ମାଗିଛି l ମାତ୍ର ସେମାନେ ପାଗେଳୀ କହି ତଡି ଦେଇଥିଲେ l ଏପରି କି ଆଗାମୀ ଦିନରେ ସେ ଝାନସି ସହର କୁ ପଠେଇବା ପାଇଁ ବନ୍ଦ ବ୍ୟସ୍ତ କରୁଥିଲେ ବୋଲି ସୂଚନା ମିଳିଛି l ଏ ନେଇ ବିଭିନ୍ନ ସଙ୍ଗଠନ, ଦଳୀୟ ନେତା ଏଇ ଘଟଣାକୁ ଦୃଢ଼ ନିନ୍ଦା କାଟିବା ସହ ପୀଡ଼ିତା କୁ ନ୍ୟାୟ ଓ ଅଭିଯୁକ୍ତ ଗିରଫ ଦାବୀ କରିବା ଫକ ରେ ସୋମବାର ଦିନ ଏଗାରଟା ସମୟରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୀଡ଼ିତା ଙ୍କୁ ଡାକ୍ତରୀ ମାଇନା ପାଇଁ ଢେ଼ଙ୍କାନାଳ ମୂଖ୍ୟ ଚିକିତ୍ସାଲୟ କୁ ପଠାଇଛନ୍ତି lଗଣ ଦୁଷ୍କର୍ମକାରୀ ମାନଙ୍କୁ ଗିରଫ କରି ସେମାନଙ୍କର ଡି ଏନ ଏ ପରୀକ୍ଷା ପାଇଁ ପଠାଯାଇଛି l ସବୁଠୁ ବଡ଼ କଥା ହେଲା ଗ୍ରାମ ସଭାପତିଙ୍କ ଘର, ଡୋକ୍ରା ଗୃହ ଓ ସରକାରୀ ବିଦ୍ୟାଳୟ ପାଖକୁ ଲାଗିଛି l ଥାନା ମଧ୍ୟ ଖୁବ୍ ନିକଟ ରେ l ହେଲେ ଏପରି ଅଭାବନୀୟ ଘଟଣା ସମ୍ପର୍କରେ ସମସ୍ତେ ନୀରବ ଗ୍ରାମବାସୀ କୁହନ୍ତୁ କି ସ୍ଥାନୀୟ ସରପଞ୍ଚ କିମ୍ବା ଆଶା, ଅଙ୍ଗନବାଡ଼ି କର୍ମୀ ଜାଣି ମଧ୍ୟ ପୀଡ଼ିତାଙ୍କୁ ସାହାଯ୍ୟ କରିନଥିଲେ l

ଢ଼େନ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

ନ୍ୟାୟ ପାଇଁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନାକେଦମ

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

Sunil Chandra Nayak

Leave a Comment

error: Content is protected !!