ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଂଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଗିରଫ     

ଗଂଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଗିରଫ     

ନବରଙ୍ଗପୁର (୧୧୲୯)(ରବି ନାରାୟଣ ମହାନ୍ତି)୧୫ କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା ଗଞ୍ଜାପରା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଥିବା ବିଶ୍ରାମ ଗୃହରେ ଦୁଇ ଅଜଣା ବ୍ୟକ୍ତିଙ୍କୁ ଦେଖି ସେମାନଙ୍କ ବ୍ୟାଗ ସବୁ ଯାଞ୍ଚ କରିଥିଲେ ଏହି ସମୟରେ ଯୁବକ ଙ୍କ ନିକଟରେ ଥିବା ତିନୋଟି ବ୍ୟାଗରୁ ୧୫ କିଲୋ ଗଂଜେଇ ଜବତ କରିଛି ରାଇଘର ପୋଲିସ।ଦୁଇ ଜଣ ଯୁବକ ଜୟପୁର ଠାରୁ ରାୟପୁର ଯିବାକୁ ଥିବା ବସ କୁ ଅପେକ୍ଷା କରୁଥିବା ଅନୁମାନ କରାଯାଉଛି।ଗଂଜେଇ ଚୋରା ଚାଲାଣ କରୁଥିବା ଦୁଇ ଯୁବକ ହରିୟାଣା ରାଜ୍ୟର, ଇସାରା ଜିଲାର, ରାଜଥଲ ଗ୍ରାମର ବଜେନ୍ଦ୍ର ସିଂ(୩୫),ବଲଜିତ କୁମାର ସିଂ (୨୭) ବୋଲି ସୂଚନା ମିଳିଛି।ରାଇଘର ତହସିଲଦାର ଙ୍କ ଉପସ୍ଥିତିରେ ରାଇଘର ଥାନା ଶବ ଇନିସ୍ପେକ୍ଟର ମନୋଜ କୁମାର ବେହେରା ଗଂଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ମସିହା ନିୟୁଜ୍ ସର୍ଭିସ୍

Related posts

କୋଡିଏ ଇଂଜେକସନ ଦେଇ ନବରଙ୍ଗପୁର ଜିଲ୍ଲାରେ ଭୃଣ ହତ୍ୟା

masiha

ବିପୁଳ ପରିମାଣର ସାର ଜବତ

masiha

ନ୍ୟାୟ ପାଇଁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନାକେଦମ

Leave a Comment

error: Content is protected !!