ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସ୍ତିତ୍ୱ ହରାଉଛି ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ,ହୋଇନି କୌଣସି ବିକାଶ କାମ, ହେଲେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା, ପାଣିରେ ପଡିଲା 2 କୋଟି 

ଅସ୍ତିତ୍ୱ ହରାଉଛି ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ,ହୋଇନି କୌଣସି ବିକାଶ କାମ, ହେଲେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା, ପାଣିରେ ପଡିଲା 2 କୋଟି 

 ବସ୍ତା,13/09 : : ଉତ୍ତର ବାଲେଶ୍ବରର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଭାବେ ପରିଚିତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ବର ମହାବିଦ୍ୟାଳୟ । ବାବା ସିଦ୍ଧେଶ୍ବରଙ୍କ ନାଁରେ ନାମିତ ଏହି ମହାବିଦ୍ୟାଳୟର ଶୃଙ୍ଖଳିତ ବାତାବରଣ ସାଙ୍ଗକୁ ସୁନ୍ଦର ପରିବେଶ ଦିନେ ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରୁଥିଲା । ପାଠପଢା ପାଇଁ ଗୌରବ ଅର୍ଜନ କରିଥିଲା । ଏବେ ଏହି କଲେଜର ତାର ଅସ୍ତିତ୍ଵ ହରାଇ ବସିଛି । ଆଗଭଳି ଆଉ ସୁନ୍ଦର ପରିବେଶ ନାହିଁ । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି କଲେଜ କ୍ୟାମ୍ପସ । କେଉଁଠି ବର୍ଷ ବର୍ଷ ଧରି ଆବର୍ଜନା ପାଣି ଜମି ରହିଛି ତ କେଉଁଠି କୁଢ କୁଢ ଅଳିଆ ଗଦା ହୋଇ ରହିଛି । ପାଣି ନିସ୍କାସନ ବ୍ୟବସ୍ଥା ନଥିବାରୁ ଖେଳ ପଡ଼ିଆରେ ଜମିଛି ଟଏଲେଟ ପାଣି । ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲରେ ପରିଣତ ହେଲାଣି ଖେଳ ପଡ଼ିଆ । କଲେଜ ପରିସରରେ ଥିବା ବଟାନିକାଲ ଗାର୍ଡେନରେ ନାହିଁ ଔଷଧୀୟ ବୃକ୍ଷ।କଲେଜର ଭିତ୍ତିଭୁମି ବିକାଶ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ଵର ବିଧାୟକ ଅଶ୍ରୀନୀ କୁମାର ପାତ୍ର ଫାଇଭ-ଟି ଯୋଜନାରେ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ, କଲେଜ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ତାଳମେଳ ରହୁ ନଥିବାରୁ କାମ ସମ୍ପୂଣ୍ଡ ହୋଇପାରିନି । ଅଧପାନ୍ତରିଆ ଭାବେ ପଡ଼ିଛି ଶୌଚାଳୟ । ପିଇବା ପାଣିର ବ୍ୟବସ୍ଥା ନାହିଁ । ଶ୍ରେଣୀଗୃହ ଛାତରୁ ସିମେଟ ଖସୁଛି । ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଉଛି ଗତକାଲି ଛାତ୍ର ଛାତ୍ରୀ ମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ ।ଆଗକୁ ସମସ୍ୟାର ସମାଧାନ ନହେଲେ ବିରାଟ ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

masiha

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ

Sunil Chandra Nayak

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

Leave a Comment

error: Content is protected !!