ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା

ଡାବୁଗାଁ ଦୂର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଓ ମାଟି ପୂଜା 

ଡାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଦୂର୍ଗା ପୂଜା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି | ଏହାସହ ମାଁ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ପ୍ରଥମେ ଅଙ୍ଗୀ ନଦୀରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣାଯାଇ ମାଟି ପୂଜନ କରାଯାଇଛି | ଏଥିରେ କର୍ତ୍ତା ଭାବେ ବିକାଶ ରଞ୍ଜନ ନିଶଙ୍କ, ଟିଟୁ ଜେନା ଓ ଟି. ଜୁଗୁନୁ ପ୍ରମୁଖ ମାଟି ଆଣିଥିଲେ | ଏଥିରେ ଦୂର୍ଗା ପୂଜା କମିଟିର ସଭାପତି ଜେ. ରାଜଶେଖର ରାଓ, ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ସମ୍ପାଦକ ସୁରେନ୍ଦ୍ର କୁମାର ମିଶ୍ର, ଯୁଗ୍ମ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବେହେରା, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଜି. ଗୋପାଳକୃଷ୍ଣ ରାଓ, ସୌଭାଗ୍ୟ ବିଶ୍ଵାଳ, ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର

Sunil Chandra Nayak

ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!