ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

ଯୋଡ଼ା:-ରାଜ୍ୟର ପ୍ରମୁଖ ପୌରପାଳକା କାର୍ଯ୍ୟଳୟ ମଧ୍ୟରୁ ଖଣି ଜିଲ୍ଲା କେନ୍ଦୁଝରର ଯୋଡ଼ା ପୌରପାଳିକା ଅନ୍ୟତମ।ତେବେ ଏହି ଯୋଡ଼ା ପୌରପାଳିକା ନିଜର ସ୍ୱଛତା ଏବଂ ୱାର୍ଡ ଗୁଡିକରେ ଉର୍ଣ୍ଣତି କାର୍ଯ୍ୟକ୍ରମ କ୍ଷେତ୍ରରେ ସର୍ବଦା ଆଗୁଆ ରହିଥିବାରୁ ବହୁବାର ସନ୍ନମାନିତ ବିଗତ ବର୍ଷ ଗୁଡିକରେ ରହି ଆସିଥିବାର ଦେଖିବାକୁ ମିଳେ।ହେଲେ ଗତ କିଛିବର୍ଷ ମଧ୍ୟରେ ପୌରକାର୍ଯାଳୟର ବହୁ କାର୍ଯ୍ୟକ୍ରମ ମଧ୍ୟରୁ କେଇ ପ୍ରକାରର କାର୍ଯ୍ୟକ୍ରମ ମୁଣ୍ଡବିନ୍ଧାର କାରଣ ପାଲଟିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜାଣିବାକୁ ମିଳେ।ତେବେ ଦେଖିବାକୁ ଗଲେ କିଛି ବର୍ଷ ତଳେ ପୌରକାର୍ଯ୍ୟଳୟ ଠାରୁ ଖୁବ ନିକଟରେ ଥିବା ଯୋଡ଼ା ବ୍ଲକ କଲୋନୀ ସମ୍ମୁଖରେ କେଇ ଗୋଟି ଭେଣ୍ଡିଙ୍ଗ ଦୋକାନ ଗୃହ ନିର୍ମାଣ କରି, ସେଥିରେ ସହରର କେଇ ଆଗ୍ରହୀ ବ୍ୟବସାୟୀଙ୍କୁ ଉକ୍ତ ଭେଣ୍ଡିଙ୍ଗ ଗୃହ ବଣ୍ଟନ ସରିଥିବା ବେଳେ ବ୍ୟବସାୟ ମଧ୍ୟ ସେଠାରେ ଖୁବ ଜମୁଥିବାର ଦେଖିବାକୁ ମିଳେ। ହେଲେ ସେଠାରେ ଥିବା ପ୍ରାୟ ଆମିଷ ଦୋକାନ ଗୁଡିକରେ ବ୍ୟବସାୟରେ କଟା ଯାଉଥିବା ମାଛ , କୁକୁଡ଼ା ଏବଂ ମଟନ କଟା ଦ୍ୱାରା ତାହାର ମଇଳା ଓ ଅପରିଷ୍କାର ପାଣି ନିଷ୍କାସନ ନିମନ୍ତେ କୌଣସି ସେପରି ସୁବିଧା ଆଜିଯାଏ ପୌରକାର୍ଯ୍ୟାଳୟ ପକ୍ଷରୁ ହୋଇନଥିବାରୁ ଉକ୍ତ ମଇଳା ଦୁର୍ଗନ୍ଧ ପାଣି ନିତିଦିନ ଏଣେତେଣେ ଜମା ହୋଇ ଭାସମାନ ହେଉଥିବାରୁ ନିକଟସ୍ଥ ଦୁର୍ଗନ୍ଧ ବଢ଼ିବା ବ୍ୟତୀତ ଏକ ଅସ୍ୱାସ୍ଥ୍ୟକର ପରିବେଶ ଦେଖା ଦେଉଥିଲେ ମଧ୍ୟ ଏକ ଉର୍ଣ୍ଣତମାନର ନାଳ ନିର୍ମାଣ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜାଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

masiha

ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିଲା ରାଷ୍ଟ୍ରୀୟ ଗୌରବ ସମ୍ମାନ

masiha

Leave a Comment

error: Content is protected !!