ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ 

ଜୁନାଗଡ଼ ୧୩/୯ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁର୍କୁଟି ଗୌଡ଼ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ସେଞ୍ଜୁରିଆନ ବିଶ୍ୱବିଦ୍ୟାଳୟ ର କୃଷି ବିଜ୍ଞାନ ବିଭାଗର ଛାତ୍ର ସୌରଭ ମେହେର ଏବଂ ଜୀବନ ଜ୍ୟୋତି ନାୟକ ଙ୍କ ଦ୍ଵାରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ରେ ଶ୍ରୀ ଗଣେଶ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ତେଜରାଜ ପ୍ରଧାନ ,ପ୍ରତାପ ପାଣି , ଚିତ୍ତ ରଂଜନ ଗୁମାନ ସିଂହ ଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ ବୃକ୍ଷରୋପଣ ସହିତ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରକ୍ଷା ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ କିଛି ଗ୍ରାମ ବାସୀଙ୍କୁ ଚାରା ରୋପଣ ପାଇଁ ଚାରା ବିତରଣ କର ଯାଇଥିଲା ।

Related posts

ଜିଆଇଇଟି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ର ଯୁବନେତା ସମ୍ମାନିତ

Sunil Chandra Nayak

ବରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବବିତା ରଥଙ୍କ ସଫଳତା:ମାଟ୍ରିକ ପରୀକ୍ଷା ରେ ରାଜ୍ୟରେ ପ୍ରଥମ 

masiha

ମୂରଳୀଧର ନାଏକ ହେଲେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ସଂଯୋଜକ

Sunil Chandra Nayak

Leave a Comment

error: Content is protected !!