ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ 

ଜୁନାଗଡ଼ ୧୩/୯ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁର୍କୁଟି ଗୌଡ଼ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ସେଞ୍ଜୁରିଆନ ବିଶ୍ୱବିଦ୍ୟାଳୟ ର କୃଷି ବିଜ୍ଞାନ ବିଭାଗର ଛାତ୍ର ସୌରଭ ମେହେର ଏବଂ ଜୀବନ ଜ୍ୟୋତି ନାୟକ ଙ୍କ ଦ୍ଵାରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ରେ ଶ୍ରୀ ଗଣେଶ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ତେଜରାଜ ପ୍ରଧାନ ,ପ୍ରତାପ ପାଣି , ଚିତ୍ତ ରଂଜନ ଗୁମାନ ସିଂହ ଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ ବୃକ୍ଷରୋପଣ ସହିତ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରକ୍ଷା ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ କିଛି ଗ୍ରାମ ବାସୀଙ୍କୁ ଚାରା ରୋପଣ ପାଇଁ ଚାରା ବିତରଣ କର ଯାଇଥିଲା ।

Related posts

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!