ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

ଲୁଟ ଘଟଣା ର ପର୍ଦାଫାଶ କଲା ଜୁନାଗଡ଼ ପୋଲିସ ,୩ ଡକାୟତ କୋର୍ଟ ଚାଲାଣ 

ଜୁନାଗଡ଼୧୪/୯ ( ମ ନି ସ) -ଗତ ଏପ୍ରିଲ ୧୦ ତାରିଖ ଦିନ ଭବାନୀପାଟଣା ଏକ୍ସିସ ବେଙ୍କ ର ସୁଶାନ୍ତ କୁମାର ନାଏକ ନାମକ ଏକ କର୍ମଚାରୀ ଏବଂ ତାଙ୍କ ସହକର୍ମୀ ଲୋନ ଟଙ୍କା କଲେକ୍ସନ ପାଇଁ ଜୁନାଗଡ଼ ବ୍ଲକ ର ନlନ୍ଦୋଲ, କେନ୍ଦୁପlଟି ଅଂଚଳ କୁ ଯାଇଥିଲେ l ଅପରାହ୍ନ ୪ଟା ସମୟ ରେ ଲୋନ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ତଲ ଜାରିଙ୍ଗ ରେଲୱେ ଅଣ୍ଡର ବ୍ରିଜ ନିକଟରେ ୭ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ, ମାଡ଼ ମାରିବା ସହ ସଂଗ୍ରହ କରିଥିବା ୧ଲକ୍ଷ୍ୟ ୮୬ ହଜାର ଟଙ୍କା ଲୁଟ କରି ଚମ୍ପଟ ମାରି ଥିଲେ l ଏନେଇ ସୁଶାନ୍ତ ନାଏକ ଜୁନାଗଡ଼ ଥାନା କୁ ଆସି ଲିଖିତ ଅଭିଯୋଗ କରିଥିଲେ l ଏ ସଂକ୍ରାନ୍ତ ରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ l ଶୁକ୍ରବାର ଦିନ ଜୁନାଗଡ଼ ଥାନା ଅଧିକାରୀ ନିଜ ଟିମ ସହ ୩ ଜଣ ଲୁଟେରା କୁ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ l ଗିରଫ ଲୁଟେରା ଙ୍କ ଠାରୁ ଗୋଟିଏ ଗ୍ଲେମର ବାଇକ, ୩ଗୋଟି ମୋବାଇଲ ଫୋନ ଏବଂ ୬୫ ହଜାର ନଗଦ ଟଙ୍କା ଯବତ କରିବା ସହ ୩ଜଣ ଡକାୟତଙ୍କୁ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଜୁନାଗଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

masiha

ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲା

Sunil Chandra Nayak

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

masiha

Leave a Comment

error: Content is protected !!