ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

ଖଇରା,୧୪/୯/୨୪- ବାଲେଶ୍ଵର ଜିଲ୍ଲା କୁପାରି ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପିତ ସଭାରେ ସଭାପତିତ୍ବ କରିଥିଲେ ବିଇଓ ଗଦାଧର ଦାସ । ମୁଖ୍ୟ ଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ପାର୍ବତୀ ପଣ୍ଡା, ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେଶ୍ରା, ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ସମିତି ସଭ୍ୟ ଅଭୟ କୁମାର ଜେନା, ଏସଏମସି ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଜେନା, ସମାଜସେବୀ ସୁଶାନ୍ତ କୁମାର ଜେନା, ଖେଳ ସମ୍ପାଦକ ପ୍ରଦୀପ କୁମାର ସାହୁ ମଞ୍ଚାସୀନ ଥିଲେ । ଅତିଥିମାନେ ଖେଳ ଓ କ୍ରୀଡ଼ା ସମ୍ବନ୍ଧରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଅନେକ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ, ହେଲେ ଅତିଥି ମାନଙ୍କ ବକ୍ତବ୍ୟ ଶୁଣିବାକୁ କେହି ନଥିଲେ । ନିଜେ କହୁଥିଲେ ନିଜେ ଶୁଣୁଥିଲେ । ଏହି ପ୍ରୋଗ୍ରାମ ପାଇଁ ସରକାରଙ୍କ ତରଫରୁ ୮୮ ହଜାର ଟଙ୍କା ଆସିଥିବା ବେଳେ କେଵଳ ଅତିଥି ମାନଙ୍କ ନିମନ୍ତେ ହିଁ ଟେଣ୍ଟ ମରାଯାଇଥିଲା । ଅନ୍ୟ କାହାରି ପାଇଁ ଟେଣ୍ଟ ମରାଯାଇନଥିଲା । ଯାହା ଅର୍ଥ ଆତ୍ମସାତ ହୋଇଥିବା ଜଣାପଡେ । ବର୍ଷାରେ ଭିଜିଭିଜି ଏଣେତେଣେ ସମସ୍ତେ ବୁଲୁଥିଲେ । ନିଜେ ବିଇଓ ଏହା ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ, ଯେଉଁଥିରେ ସମ୍ପୂର୍ଣ୍ଣ ଅବ୍ଯବସ୍ଥା ପରିଲକ୍ଷିତ ହୋଇଥିଲା । ବିଇଓ ଶ୍ରୀ ଦାସ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରି ବସିବାର ବ୍ଯବସ୍ଥା କରିନଥିଲେ । ପରୋକ୍ଷରେ ସାମ୍ବାଦିକ ମାନଙ୍କୁ ଅପମାନିତ କରିଥିଲେ । ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଧାୟକ ଶ୍ରୀ ପଣ୍ଡା ଅବ୍ଯବସ୍ଥାକୁ ସ୍ବୀକାର କରିବା ସହିତ ସମସ୍ତଙ୍କ ସାମ୍ନାରେ ବିଇଓଙ୍କୁ ନିଲମ୍ବନ କଲେ ବୋଲି ଘୋଷଣା କରିଥିଲେ । ଏଥିରେ ସମସ୍ତ ବିଇଓ ଅଫିସ୍ କର୍ମଚାରୀ, କୁପାରି ହାଇସ୍କୁଲ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ କର୍ମଚାରୀ ଓ ସିଆରସିସି ପରିଚାଳନାରେ ସହଯୋଗ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଖେଳ ଓ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ ସ୍ତରୀୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଜିଲ୍ଲା କିମ୍ବା ରାଜ୍ୟ ସ୍ତରୀୟ ଖେଳ ଓ କ୍ରୀଡ଼ାରେ ଅଂଶ ଗ୍ରହଣ କରି ପାରିବେ । ବିଧାୟକ କ୍ରୀଡ଼ା ପତାକା ଉତ୍ତୋଳନ କରିଥିବା କେଳେ ପ୍ରଧାନ ଶିକ୍ଷକ ଓ ବ୍ଲକ ଅଧ୍ୟକ୍ଷା ସହଯୋଗ କରିଥିଲେ । ସାମ୍ବାଦିକ ମାନଙ୍କ ତରଫରୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ଭୟଭୀତ ହୋଇ ଯାଇଥିଲେ ବିଇଓ ଶ୍ରୀ ଦାସ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

Sunil Chandra Nayak

ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ବିଧାୟକ 

Sunil Chandra Nayak

ରାଇରଙ୍ଗପୁର: ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

masiha

Leave a Comment

error: Content is protected !!