ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତେରେସିଂହାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଶହରୁ ଅଧିକ ମୂଲ୍ୟବାନ ଫଳ ଜାତୀୟ ବୃକ୍ଷ ସହିତ ଶିଶୁ, କରଞ୍ଜ, ଶାଗୁଆନ, ଅଇଁଳା ଓ ଦେବଦାରୁ ବୃକ୍ଷ ବିଦ୍ୟାଳୟ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା l ଦୀର୍ଘ ତିନି ଦିନ ବ୍ୟାପୀ ଏହି ମହାନ୍ “ମାଆ ପାଇଁ ଗଛଟିଏ” ଆହ୍ବାନ ରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଅତ୍ୟନ୍ତ ଆଗ୍ରହର ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ l ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ସହ ସ୍ୱେଚ୍ଛାସେବୀ ମାନେ ହାତ ଯୋଡ଼ି ଲଗାଇଥିବା ବୃକ୍ଷକୁ ବଞ୍ଚାଇବା ପାଇଁ ଶପଥ ନେଇଥିଲେ l ଏହି ମହାନ୍ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଓଡ଼ିଶାର ପ୍ରସିଦ୍ଧ ପୁରାତନ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ ବେଲଖଣ୍ଡିରେ ନଡ଼ିଆ ଚାରା ରୋପଣ କରିଥିଲେ l ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯକ୍ରମ ଅଧିକାରି ଶ୍ରୀ ଶାନ୍ତନୁ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯକ୍ରମ ସୂଚାରୁ ରୂପେ ସମ୍ପାଦନା ହୋଇଥିଲା l ଏହି କାର୍ଯକ୍ରମରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଯଜ୍ଞ ଭୋଇ, ଶିକ୍ଷା ଅଧ୍ୟାପକ ଶ୍ରୀ ସୁବ୍ରତ ରଣାଙ୍କ ସମେତ ଦେବେନ୍ଦ୍ର ରଣା, ତପୋବନ୍ତ ଗହୀର, ରାଧାମୋହନ ଗହୀର, ଡୋଳାମଣି ଗହୀର ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ବିନା ସୂଚନା ଫଳକରେ ହେଉଛି ପୋଖରୀ ଉନ୍ନୟନ କାର୍ଯ୍ୟ, କେଉଁ ଅନୁଦାନ ରେ ହେଉଛି ସରପଞ୍ଚ ଙ୍କୁ ଅଜଣା

Sunil Chandra Nayak

୮୦ ତମ ସ୍ଵାଧୀନତା ଦିବସ ଅବସରରେ ବନ ବିଭାଗର ଚାରା ରୋପଣ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!