ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଋତୁ ଆରମ୍ଭ ରୁ ବେଲପଡା ପୋଲିସ ଉଦ୍ଧାର କଲା ଦାଦନ ଶ୍ରମିକ 

ଦାଦନ ଋତୁ ଆରମ୍ଭ ରୁ ବେଲପଡା ପୋଲିସ ଉଦ୍ଧାର କଲା ଦାଦନ ଶ୍ରମିକ 

ବଲାଙ୍ଗୀର ଜିଲ୍ଲା ଏକ ଦାଦନ ଜିଲ୍ଲା ଭାବେ ପରିଗଣିତ ହେଉଥିବାବେଳେ ବର୍ତ୍ତମାନ ଦାଦନ ଋତୁ ର ଆଗମନ ହୋଇଯାଇଛି। ନବାନ୍ନ ପୂର୍ବରୁ ଦାଦନ ଶ୍ରମିକ ମାନଙ୍କୁ ସର୍ଦ୍ଦାର ମାନେ ବଇନା ଦେଇ ସାରିଥିବା ବେଳେ ନବାନ୍ନ ସରିଯାଇଛି। ଏବେ ଦାଦନ ଚାଲାଣ ଆରମ୍ଭ ହେବା କୁ ଯାଉଥିବାବେଳେ କିଛି ଦାଦନ ସର୍ଦ୍ଦାର ଦାଦନ ଶ୍ରମିକ ଚାଲାଣ କରିବାକୁ ଲାଗିଲେଣି। ଦାଦନ ଋତୁ ର ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଦ୍ବାରା ବେଆଇନ ଦାଦନ ଚାଲାଣ କରୁଥିବା ଶ୍ରମିକ ଓ ସର୍ଦ୍ଦାର ଗିରଫ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁ ର ଦାଦନ ସର୍ଦ୍ଦାର ରତ୍ନା ବାଗ ୨୦ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବଙ୍ଗୋଲୋର ଚାଲାଣ କରୁଥିବା ବେଳେ ବେଲପଡା ପୋଲିସ ହାତରେ ଧରାପଡିଛି । ଉଦ୍ଧାର ଶ୍ରମିକ ଙ୍କ ମଧ୍ୟରେ ଛତିଶଗଡ଼ର ୫ ଜଣ,ଡୁଙ୍ଗରିଗୁଡା ର ୯ ଜଣ, ପାଟଣାଗଡ଼ ଥାନା କର୍ଲାମାଲ ଗ୍ରାମ ର ୨ ଜଣ , ଖପ୍ରାଖୋଲ ବ୍ଳକ ଭରୁଆମୁଣ୍ଡା ଗାଁ ର ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସର୍ଦ୍ଦାର ରତ୍ନା ବାଗ କୁ ଗିରଫ କରାଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

ଜାମଦାରେ ବୀର ବିର୍ସା ମୁଣ୍ଡା କମିଟି ତରଫରୁ ହୋ ସମାଜର ଦିଲ୍ଲୀ ଚଲୋ ପାଇଁ ପ୍ରସ୍ତୁତି ବୈଠକ

masiha

ମଣୀବାବା କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!