ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍.ଏସ୍.ଡ଼ି,ଜାମଦା ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଏସ୍.ଏସ୍.ଡ଼ି,ଜାମଦା ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା

  ମୟୂରଭଞ୍ଜ – ୧୭/୦୯ ( ମସିହା)ଜାମଦା ବ୍ଲକ ନିକଟସ୍ଥ ଏସ୍.ଏସ୍.ଡ଼ି,ଜାମଦା ଶିକ୍ଷାନୁଷ୍ଠାନ ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା ସମ୍ବାଦ ପ୍ରତିନିଧି ଶ୍ୟାମସୁନ୍ଦର ସାମଲଙ୍କ ଅଧ୍ୟକ୍ଷତାରେ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ସା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି |ଭାଷାଜ୍ଞାନରେ ୨୫ ଜଣ,ହସ୍ତାକ୍ଷରରେ ୫୩ ଜଣ,ଚିତ୍ରାଙ୍କନରେ ୨୨ଜଣ ମୋଟ ୧୦୦ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ |ଭାଷାଜ୍ଞାନରେ ରୂପାଲି ବାସ୍କେ- ପ୍ରଥମ,ଜମୁନା ଟୁଡୁ-ଦ୍ବିତୀୟ,ଲିଟା ଚରଣ ହେମ୍ବ୍ରମ-ତୃତୀୟ;ହସ୍ତାକ୍ଷରରେ ମନୋଜ ମାର୍ଣ୍ଡି-ଅଷ୍ଟମ,ବର୍ଷାରାଣୀ ମୁହାକୁଡ଼-ଦ୍ବିତୀୟ,ପୂଜା ବାରିକ୍-ତୃତୀୟ;ଚିତ୍ରାଙ୍କନରେ ଦେବରାଜ କୁମ୍ଭାର-ପ୍ରଥମ,ରହିତ ଧୀବର-ଦ୍ବିତୀୟ,ଅନନ୍ତ ପ୍ରସାଦ ମୁର୍ମୁ-ତୃତୀୟ ସ୍ଥାନ ଅଧିକାର କରିଛନ୍ତି |ଆମ ଓଡ଼ିଶା ର ଆଜୀବନ ସଦସ୍ୟ ତଥା ୟୁଏସ୍ଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ସହଯୋଗୀ ଶିକ୍ଷକ ସୁରେନ୍ଦ୍ର ନାଥ ନାଏକ,କ୍ଷୀରୋଦ କୁମାର ବେହେରା,ଦୁଃଖହରଣ ପାତ୍ର,ବାଲିଆ ମୁର୍ମୁ ପ୍ରମୁଖ ପରୀକ୍ଷା ଖାତା ମୂଲ୍ୟାଙ୍କନ କରି ପ୍ରଥମ,ଦ୍ବିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ଚୟନ କରିଥିଲେ |ମୂଲ୍ୟାଙ୍କନ ପରେ କୃତି ବିଦ୍ୟାର୍ଥୀଙ୍କୁ ସମ୍ବାଦ ପ୍ରତିନିଧି ଶ୍ୟାମସୁନ୍ଦର ସାମଲଙ୍କ ସଭାପତିତ୍ତ୍ବରେ ପୁରସ୍କାର ଓ ମାନପତ୍ର ବିତରଣୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ସା,ପରୀକ୍ଷକ କ୍ଷୀରୋଦ କୁମାର ବେହେରା,ପରୀକ୍ଷକ ସୁରେନ୍ଦ୍ର ନାଥ ନାଏକ,ନିରୀକ୍ଷକ ପ୍ରଶ୍ନ କୁମାର ଶତପଥୀ ପ୍ରମୁଖ ପୁରଷ୍କୃତ କରିଥିଲେ |ବର୍ଷା ସତ୍ତ୍ବେ ପରୀକ୍ଷା କେନ୍ଦ୍ରକୁ ୧୦୦ଜଣ ଆସି ପରୀକ୍ଷାରେ ଭାଗ ନେଇଥିବାରୁ ପ୍ରଧାନ ଶିକ୍ଷକ ସା’ ସାର୍,ପ୍ରଶ୍ନ କୁମାର ଶତପଥୀ ବିଦ୍ୟାର୍ଥୀଙ୍କୁ ସାଧୁବାଦ ଦେବା ସହ ପରୀକ୍ଷାରେ ଯେଉଁମାନେ ଭଲ କରିନାହାନ୍ତି ସେମାନଙ୍କୁ ଆଗାମୀ ଦିନ ପାଇଁ ଭଲ କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ |ଶେଷରେ ସମ୍ବାଦ ପ୍ରତିନିଧୁ ଶ୍ୟାମ ସୁନ୍ଦର ସାମଲ ଉପସ୍ଥିତ ଶିକ୍ଷକ ତଥା ପରୀକ୍ଷକ,ନିରୀକ୍ଷକ ଓ ବିଦ୍ୟାର୍ଥୀଙ୍କୁ ଧନ୍ୟବାଦ ଦେଇ ବିଦାୟ ଦେଇଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ , ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ

Sunil Chandra Nayak

6th Kalingawan, a global festival of performing arts, was organized.

masiha

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!