ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା : ତା: ୧୭/୦୯/୨୪ // ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବା ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି।

ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସକାଳ ସମୟରେ ବାରିଝୋଲା ଗ୍ରାମ ଠାରେ ବୃକ୍ଷ ରୋପଣ କରାଯାଇଥିଲା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ରେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା , ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି , ଶ୍ରମିକ ଗୀତ ଗାନ କରା଼ଯାଇ ସାରା ଦେଶରେ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ମହାରଣା , ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସକ୍ଷମ ର ପଶ୍ଚିମ ପ୍ରାନ୍ତଃ ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ ତା, ସମ୍ମାନିୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ନଗର କାର୍ଯ୍ୟବାହ ଶ୍ରୀ ବିଦ୍ୟାଭୂଷଣ ପଣ୍ଡା , ଇମ୍ପା କାରଖାନାର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ , ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ଭାରତୀୟ ବିଚାର ରେ ଭାରତ ଗଠନରେ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ଭାରତୀୟ ବିଚାର ରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ରହିତ , ଉଦ୍ୟୈ।ଗହିତ , ଶ୍ରମିକହିତ ଏବଂ ତ୍ୟାଗ ତପସ୍ୟା ଆଉ ବଳିଦାନ କୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘ କୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ରେ ଶ୍ରମିକ ମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବା ସହିତ , ମାତୃ ଶକ୍ତି ଆଜିର ଦିନରେ ନିଜ ପରିବାର, ନିଜ କର୍ମମୟ ଜୀବନ ମଧ୍ୟରେ ଭାରତୀୟ ମଜଦୁର ସଂଘ କୁ ଆଗକୁ ନେବାରେ ପାରଦର୍ଶିତା ରଖିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ଥିଲେ। ସରକାର ଆଜିର ଦିନରେ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ପାଚିକା , ପାଚିକା , ଆଶା ସାଥି , ଠିକା ଶ୍ରମିକ , ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅଣଦେଖା କରୁଥିବା ଏବଂ କଳକାରଖାନା ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ କରାଯାଉଥିବା ଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିବା ସହ ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୁପେ ଘୋଷଣା କରିବା ପାଇଁ ଦାବି କରିଥିଲେ । ଏହି ଅବସରରେ ରାୟଗଡ଼ା ପ୍ରତିଷ୍ଠିତ ୫ ଜଣଙ୍କୁ ବିଶ୍ଵକର୍ମା ଶ୍ରମ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ଉତ୍କଳ ଆଲୁମିନା ମଜଦୁର ସଂଘ , ଜେ କେ ପେପର ମିଲ ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସ୍ବାବଲମ୍ବୀ କାରିଗର ସଂଘ , ରାୟଗଡ଼ା ଜିଲ୍ଲା ପରିବା ବ୍ୟବସାୟ ସଂଘ , ମୁନିସିପାଲଟି ସଫେଇ ମଜଦୂର ସଂଘ ଏବଂ ୧୧ ଟି ବ୍ଳକରୁ ୨ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଏମ ରାମ ବାବୁ , ସୁନ୍ଦର ରାଓ କାଡ଼ାକା , ପ୍ରଦୀପ କୁମାର ସାହୁ , ଗୀତାଞ୍ଜଳୀ ହିଆଲ , ପରିଚାଳନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚା ରେ ଧୂମାଭଟା ବୀଣାପାଣି କଲେଜ +3 କଲେଜ…

masiha

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ଭୋକର କରାମତି

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ = କି ଅଦ୍ଭୁତ ପ୍ରେମ

Sunil Chandra Nayak

Leave a Comment

error: Content is protected !!