ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ପ୍ରସ୍ତୁତୀ ବୈଠକ

ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ପ୍ରସ୍ତୁତୀ ବୈଠକ

ନବରଙ୍ଗପୁର:( ୧୭.୦୯.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ମଙ୍ଗଳ ବାର ପୂର୍ବାହ୍ଣରେ ନବରଙ୍ଗପୁର ଜିଲ୍ଲାର ଅଞ୍ଚଳ ଗୁମା ପଞ୍ଚାୟତ ଅନ୍ତର୍ଗତ ବାଗନାଗୁଡା ଗ୍ରାମର ମନ୍ଦିର ଛକ ଠାରେ ନବରଙ୍ଗପୁର ବ୍ଳକ୍ ର ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ବୈଠକରେ ଆସନ୍ତା ଅକ୍ଟୋବର ଦୁଇ ତାରିଖ,ମହାକାଳ ଅମାବାସ୍ୟା ଦିନ ଆଶ୍ରମର *”ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବ”* ପାଳନ ଓ ସେଥି ପାଇଁ ସେ ଦିନର ବିଭିନ୍ନ କାର୍ଯ୍ୟ କ୍ରମ ଯଥା:- ଉତ୍ସବ ନିମନ୍ତେ ଅର୍ଘ୍ୟ ସଂଗ୍ରହ,ଆଖ ପାଖ ଗାଁର ଭକ୍ତ ଓ ସଜ୍ଜନ ଗଣଙ୍କୁ ନିମନ୍ତ୍ରଣ, ବିଶିଷ୍ଟ ଅତିଥି ଗଣଙ୍କୁ ନିମନ୍ତ୍ରଣ,ଶ୍ରୀ ଶ୍ରୀ ରଶ୍ମି ରଞ୍ଜନ ଭଗବାନଙ୍କ ନଗର ସଂକୀର୍ତ୍ତନ ପରିକ୍ରମା, ସତ୍ ସଙ୍ଗ କାର୍ଯ୍ୟକ୍ରମ, ଠାକୁରଙ୍କ ଭୋଗ,ଆନନ୍ଦ ବଜାର ପ୍ରସାଦ ପ୍ରସ୍ତୁତୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ପରିଚାଳନା ଇତ୍ୟାଦି ବିଷୟରେ ବିସ୍ମୃତ ଆଲୋଚନା କରାଗଲା। ଆଲୋଚନା ପରେ ବାଗନାଗୁଡା ଗ୍ରାମର ବରିଷ୍ଠ କର୍ମୀ ସଜ୍ଜନ ଶ୍ରୀ ନୀଳକଣ୍ଠ ବିଷୋୟୀଙ୍କ ପ୍ରତିନିଧିତ୍ଵରେ ଶ୍ରୀ କ୍ଷିରୋଦ ଚନ୍ଦ୍ର ବିଷୋୟୀ, ଶ୍ରୀ ତ୍ରିଲୋଚନ ନାୟକ, ଶ୍ରୀ ଭାସ୍କର ବିଷୋୟୀ, ଶ୍ରୀ ଅଭିମନ୍ୟୁ ବିଷୋୟୀ, ଶ୍ରୀ ରଞ୍ଜିତ ବିଷୋୟୀ, ଶ୍ରୀ ଅମୃତ ନାୟକ, ଶ୍ରୀମତୀ ସଂଯୁକ୍ତା ବିଷୋୟୀ, ଶ୍ରୀମତୀ ସରସ୍ଵତୀ ବିଷୋୟୀ,ଶ୍ରୀମତୀ ଝରଣା ବିଷୋୟୀ, ଶ୍ରୀମତୀ ରୀତା ବିଷୋୟୀ, ଶ୍ରୀମତୀ ଗିରୀଶମଣି ବିଷୋୟୀ ପ୍ରମୁଖଙ୍କୁ ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବର ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଗଲା।ଏହି ପ୍ରସ୍ତୁତି ବୈଠକରେ ଆଶ୍ରମର ବରିଷ୍ଠ କର୍ମକର୍ତ୍ତା ଗଣ ଯଥା :- ଶ୍ରୀ ଦଶମୁ ପାତ୍ର, ଶ୍ରୀ ଗୌତମ ବିଷୋୟୀ, ଶ୍ରୀ ଲଛମନ ଭତରା, ଶ୍ରୀ ଗୁଡ୍ଡୁ ହରିଜନ, ଶ୍ରୀ ଜଗନ୍ନାଥ ଭତ୍ରା ଏବଂ ବାଗନାଗୁଡା ଗ୍ରାମର ଶ୍ରୀ ବଳରାମ ଗୈ।ଡ଼, ଶ୍ରୀ ତ୍ରିଲୋଚନ ବିଷୋୟୀ, ଶ୍ରୀ ରାମ କୃଷ୍ଣ ବିଷୋୟୀ, ଶ୍ରୀ କେଦାର ନାଥ ବିଷୋୟୀ, ଶ୍ରୀ ଅନନ୍ତ ବିଷୋୟୀ ପ୍ରମୁଖ ସଜ୍ଜନ ଗଣ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ଵହଳଦାର ବହୁ ଚର୍ଚ୍ଚିତ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀ ଶ୍ୟାମ ଵିରୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

ବାଲୁଗାଁରେ ରାସ୍ତା କଡ଼ରେ ପଡ଼ିଥିବା କଦଳୀ ପାଟୁକା ରେ ନିଆଁରୁ ଧୁଆଁ ବାହାରି ପଥଚାରୀ ହନ୍ତସନ୍ତ !!!

Sunil Chandra Nayak

Leave a Comment

error: Content is protected !!