ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା କେତେ ଖୁସି ମୁଁ ସେଦିନ ଥିଲି

କେତେ ଖୁସି ମୁଁ ସେଦିନ ଥିଲି

ସଫଳା ଦାସ

କଟକ

ବାଦାମବାଡି

 

ଯେଉଁ ଦିନ ମନେ ତୁମ ଚିତ୍ରପଟ

 ନିରବରେ ଦେଖୁଥିଲି

ତୁମରି ଆଖିରେ ଆଖିକୁ ମିଶାଇ

ମନେ ମନେ ଗପୁଥିଲି ।।

 

               ଆଇନା ଦେଖିଲେ ତୁମ ପ୍ରତି ଛବି

                ତାରିଫ୍ ନକରେ ଯେତେ

                ତୁମ ମନ ଲାଖି ସଜେଇ ହୁଅଇଁ

                 ଦେଖ କି ନଦେଖ ମୋତେ ।।

 

ରଂଗତୂଳି ଧରି ଚିତ୍ର ଆଙ୍କି ବସେ

ତୁମ ମୁହଁ ଖାଲି ଦିଶେ

ସେ ମୁହଁ ରେ ଥାଏ ପିରତି ପିଆଲା

ମଳୟ ପରଶ ନେଶେ ।।

 

    ପାହାନ୍ତି ସପନ ଅଥୟ ଏ ମନ

     ଅଳସ ନଛାଡୁ ପଛେ

     ଝରକା ଫାଙ୍କରେ ଚାହିଁଲା ବେଳକୁ

       ତୁମେ ଲୁଚିଯାଅ ପିଛେ ।।

Related posts

ତାଳଚେର ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

Sunil Chandra Nayak

ନୂଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅଶୀତ ତ୍ରିପାଠୀ 

ବାଲେଶ୍ବର – ପ୍ରତିଭା ପୂଜନ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!