ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା କେତେ ଖୁସି ମୁଁ ସେଦିନ ଥିଲି

କେତେ ଖୁସି ମୁଁ ସେଦିନ ଥିଲି

ସଫଳା ଦାସ

କଟକ

ବାଦାମବାଡି

 

ଯେଉଁ ଦିନ ମନେ ତୁମ ଚିତ୍ରପଟ

 ନିରବରେ ଦେଖୁଥିଲି

ତୁମରି ଆଖିରେ ଆଖିକୁ ମିଶାଇ

ମନେ ମନେ ଗପୁଥିଲି ।।

 

               ଆଇନା ଦେଖିଲେ ତୁମ ପ୍ରତି ଛବି

                ତାରିଫ୍ ନକରେ ଯେତେ

                ତୁମ ମନ ଲାଖି ସଜେଇ ହୁଅଇଁ

                 ଦେଖ କି ନଦେଖ ମୋତେ ।।

 

ରଂଗତୂଳି ଧରି ଚିତ୍ର ଆଙ୍କି ବସେ

ତୁମ ମୁହଁ ଖାଲି ଦିଶେ

ସେ ମୁହଁ ରେ ଥାଏ ପିରତି ପିଆଲା

ମଳୟ ପରଶ ନେଶେ ।।

 

    ପାହାନ୍ତି ସପନ ଅଥୟ ଏ ମନ

     ଅଳସ ନଛାଡୁ ପଛେ

     ଝରକା ଫାଙ୍କରେ ଚାହିଁଲା ବେଳକୁ

       ତୁମେ ଲୁଚିଯାଅ ପିଛେ ।

Related posts

ସସ୍ମିତେଶ ସାହୁ ଙ୍କ କବିତା ମା

ଭବାନୀପାଟଣା ଠାରେ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Sunil Chandra Nayak

ସନ୍ତକବି ଭୀମ ଭୋଇ ପରିଷଦ ଦ୍ଵାରା ଯୁବକବି ଦୁର୍ଯୋଧନ ଚଣ୍ଡି ସମ୍ମାନିତ

Leave a Comment

error: Content is protected !!