ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵକର୍ମା ଯୋଜନା ସମ୍ପର୍କିତ ତାଲିମ୍ ଓ ସଚେତନତା ଶିବିର

ବିଶ୍ଵକର୍ମା ଯୋଜନା ସମ୍ପର୍କିତ ତାଲିମ୍ ଓ ସଚେତନତା ଶିବିର

ତେନ୍ତୁଳିଖୁଣ୍ଟି ୧୯/୦୯/୨୪ // ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷ ରେ ଆଜି ପିଏମ ବିଶ୍ୱ କର୍ମା ତାଲିମ ଓ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ ଶିବିର କୁ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ପରିଚୟ ଓ ପରିଚାଳନା ଜିଲ୍ଲା ଶିଳ୍ପ ଅଧିକାରୀ ବିକ୍ରମ ରାଜୁ କରି ଥିଲେ। ପିଏମ ବିଶ୍ୱ କର୍ମା ଯୋଜନା ରେ କିପରି ଲାଭ ପାଇପାରିବେ ସେ ବିଷୟରେ ବୁଝାଇଥିଲେ l ବୃତ୍ତି ଓ ହିତାଧିକାରୀ ମାନେ ପଂଚାୟତ ରେ ପଞ୍ଜିକରଣ ପି ଇ ଓ ମାନେ କରି ସେ କେଉଁ ପ୍ରକାର କାର୍ଯ୍ୟ କରୁଛି ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ତାହା ପଂଚାୟତ ସମିତି କୁ ପଠାଇବେ ପରେ ଏହା କୁ ଜିଲ୍ଲା ସ୍ତରୀୟ ଯାଞ୍ଚ ପରେ ବୃତ୍ତି ଗତ କାରିଗର ଯଥା ବଢେଇ, କମାର, କୁମ୍ଭାର, ମୂର୍ତ୍ତିକାର, ରାଜମିସ୍ତ୍ରୀ, ଝୁଡି ଗାଲିଚା, ଝାଡୁ ତିଆରି କରିବା ବୁଣାକାର ସିଲେଇ କାରିଗର, ମାଛ ଜାଲ ବୁଣାଣି ପ୍ରବୃତି 18ଟି ବୃତ୍ତି ଓ ହିତାଧିକାରୀ ସମୂହ ଙ୍କୁ 5କିମ୍ବା 7ଦିନ ଜିଲ୍ଲା ସଦରମହକୁମ୍ମା ରେ ପ୍ରଶିକ୍ଷଣ ଦିଆଯିବ ପ୍ରଶିକ୍ଷଣ ଭତ୍ତା ଦିନକୁ 500ଟଙ୍କା ଓ ପ୍ରଶିକ୍ଷଣ ପରେ ସରଞ୍ଜାମ 15000ଟଙ୍କା ର ଟୁଲକିଟ ପ୍ରଦାନ କରାଯିବ l ଏହା ସହ ଉତ୍ତକୃଷ୍ଟ କାରିଗର କୁ ବ୍ୟାଙ୍କ ଋଣ ର ବ୍ୟବସ୍ଥା ସହ ସେମାନଙ୍କ ତିଆରି ସରଞ୍ଜାମ ବିକ୍ରି ପାଇଁ ବଜାରର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଅଧିକାରୀ ମାନେ ବୁଝାଇଥିଲେ l ଏହି ସମସ୍ତ ବୃତ୍ତିଗତ କାରିଗର ମାନଙ୍କ ପାଖରେ ପହଂଚାଇବା ପାଇଁ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ବହୁ ମାତ୍ରାରେ ପଠାଇବା ଅନୁରୋଧ କରିଥିଲେ l ଏଥିରେ ସମସ୍ତପି ଇ ଓ ଏ ବି ଡ଼ିଓ ଉପସ୍ଥିତ ରହିଥିଲେ l 

ତେନ୍ତୁଳିଖୁଣ୍ଟି ରୁ  ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ ଜିଲ୍ଲାସ୍ତରୀୟ କୃଷକ ଦିବସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଅକ୍ଷିମୁଠି ଶୁଭାରମ୍ଭ ଖରିଫ୍ ଋତୁ ପାଇଁ ସିଏମ୍-କିଷାନ ରାଶି ପ୍ରଦାନ

masiha

Entrepreneurship Awareness Programme Held for Rural Unemployed Youths at Therubali

masiha

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

masiha

Leave a Comment

error: Content is protected !!