ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା:-ତା.୨୧/୦୯: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକl,ମାନ୍ୟବର ବିଧାୟକ ଵିଷମ କଟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜୀତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଂଜନ କହଁର,ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ମୁଖ୍ୟତଃ ମଧ୍ୟମ ଜଳସେଚନ ବିଭାଜନର ଆଗ୍ରଗତି, ଜାତୀୟ ରାଜ ପଥ ବିଭାଜନ ବିଭିନ୍ନ ସମସ୍ୟା ବିଶେଷ କରି ରାୟଗଡ ପିତାମହଲ ବ୍ରିଜ, ଯେକେକେପୁର ନାଗlବୋଲି ନଦୀ ଉପରେ ନିର୍ମିତ ବ୍ରିଜ, ବାଇପାସ ରାସ୍ତା ଉପରେ ଆଲୋଚନା କରିଥିଲେ l ସ୍ୱତନ୍ତ୍ର ଭୁ ଅର୍ଜନ ବିଭାଗ ଉପରେ ଥେରୁବାଲି ଗୁଣୁପୁର ରେଳ ଲାଇନ ନିମନ୍ତେ ଜମି ଅଧିଗ୍ରହଣ ଆଗାମୀ ଦିନରେ ପଦ୍ଧକ୍ଷେପ ନିଆଯିବ l , ଖଣିଜ ଦ୍ରବ୍ୟ, ଗ୍ରାମୀୟ ଜଳାଯୋଗାଣ ସଂସ୍ଥା, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ, ପଂଚାୟତ ରାଜ ଓ ପାନୀୟଜଳ ବିଭାଗ,,ପିଏମଜିଏସୱାଇରାସ୍ତା, ପିଏମ ଆବାସ ଓ କୋଠାବାଡ଼ି ପଂଚାୟଟିରlଜ ଆଦି ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସାଂସଦ ଶ୍ରୀ ଉଲାକା ଆଲୋଚନା କରିଥିଲେ । ବିଭିନ୍ନ ବିଭାଗର ଅସମ୍ପୂର୍ଣ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବାକୁ କହିଥିଲେ l ଜିଲ୍ଲା ମଙ୍ଗଳ ବିଭାଗ ଉପରେ ଆଲୋଚନା କଲାବେଳେ ପ୍ରତ୍ୟେକ ବ୍ଲକର ସମିତି ଅଧ୍ୟକ୍ଷ ମାନଙ୍କୁ ଏକଲାବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ l ଜେକେପୁର ଅମ୍ଳଭଟା ମଧ୍ୟରେ ଥିବା ନାଗାବଳୀ ସେତୁ,ରାୟଗଡା ଓଭରବ୍ରିଜ୍‌ର ମରାମତି, ଝଞ୍ଜାବତୀ ନଦୀ ଉପରେ ଥିବା ପୋଲୋ ନିର୍ମାଣ ଓ ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବତାକୁ ନେଇ ଜାତୀୟ ରାଜପଥ ବିଭାଗ ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଚାରି ବୁଝିଥିଲେ ଓ ଯଥାଶୀଘ୍ର ମରାମତି ଓ ନିର୍ମାଣ କାମକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଦିଶା କମିଟିର ସଦସ୍ୟସଦସ୍ୟl, ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ଆଲୋଚନା କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ  ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭରଚୁଆଲ ମୋଡ଼ ରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଉଦଘାଟିତ

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!