ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

ବନ୍ଧୁଗାଁ ତା, ୨୧/୯/୨୪,କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆଲମଣ୍ଡାଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ନେଇ ଏକ ସରକାରୀ ଜମିକୁ ଜବରଦଖଲ ଉଛେଦ କରାଯାଇଛି I ୩ ଟି ପଞ୍ଚାୟତର ସତାଧିକ ଲୋକ ପହଁଞ୍ଚି ଏହି କାର୍ଯ୍ୟ କରିଛନ୍ତି I ଜବର ଦଖଲକାରି ସଅରକାରୀ ଅଧିନରେ ରହିଥିବା ଜମିକୁ ଛାଡୁନଥିବା ବେଳେ ଲୋକଙ୍କ ପଦକ୍ଷେପକୁ ସାଧାରଣରେ ସ୍ୱାଗତ ଯୋଗ୍ୟ କୋରାଯାଇଥିବାର ଦେଖିବାକୁ ମିଳିଛି I ଆଲମଣ୍ଡା ନିକଟ ଦେଇ ବହିଯାଉଥିବା ଝୋଞ୍ଜାବତୀ ନଦୀ ନିକଟରେ ଏହି ୩୫ ଏକର ଜମି ଯାହା ଏକ ସ୍ଥାନରେ ଲାଗି ରହିଥିବାର ସୂଚନା ବନ୍ଧୁଗାଁ ବ୍ଲକର ତହସିଲଦାର ଶ୍ରୀମତି ସୋନାଲି ପାତ୍ର ଜାଣି ଆଲମଣ୍ଡା ପଞ୍ଚାୟତର ଆର ଆଇ ଙ୍କୁ ସାଥିରେ ନେଇ ଜମି ଦେଖିଥିଲେ I ଏହି ଜମିରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କୋରାଯିବା ପାଇଁ ସଠିକ ହୋଇପାରେ ବଲି ନିଶ୍ବତି ନେଇ ଶ୍ରୀମତି ପାତ୍ର ଗତ ଅଗଷ୍ଟ ୧୩ ତାରିଖ ଦିନ ଜମିକୁ ମାପଚୁପ କରିବାକୁ ଯାଇଥିବାର ଦେଖିବାକୁ ମିଳିଥିଲା I ଉକ୍ତ ସରକାରୀ ଜମିରେ ଚାଷ କରିଥିବା ବ୍ୟକ୍ତିଙ୍କୁ ତୋହସିଲ କାର୍ଯ୍ୟାଳୟର କିଛି କର୍ମଚାରି ଆଲମଣ୍ଡା ଗ୍ରାମର ଆପାରାଓ କଣ୍ଡାଗୋରୀଙ୍କୁ ୩ ଦିନ ପୂର୍ବେ ଜମି ବିଷୟରେ ସୂଚନା ଦେଇଥିଲେ I ଉକ୍ତ ସୂଚନା ପାଇ ଆପାରାଓ ଉକ୍ତ ଜମିରେ ଆଗୁଆ ଚାଷକରି ଗଛ ଲଗେଇ ଦେଇଥିବାର ଦେଖିବାକୁ ମିଳିଥିଲା I ବିଦ୍ୟାଳୟ ପାଇଁ ଜମି ଦେଖିବାକୁ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପବିତ୍ର ସାଉନ୍ତା ଓ ତହସିଲଦାର ଜମି ଦେଖିବାକୁ ଯାଇଥିବା ବେଳେ ଆପାରାଓ ଜମି ଛାଡିବେ ନାହିଁ ବଲି କହିଥିଲେ I ଉକ୍ତ ବିଷୟକୁ ନେଇ କିଛିଦିନ ତଳେ ଭଦ୍ରବ୍ୟକ୍ତି ଆପାରାଓଙ୍କୁ ଭେଟି ଜମି ଛାଡିବାକୁ ଅନୁରଧ କରିଥିଲେ I ଗତ ବୁଧବାର ଦିନ ବନ୍ଧୁଗାଁ ବ୍ଲକର ୮ ତି ଗ୍ରାମ ପଞ୍ଚାୟତ ଓ ସ୍ତାନୀୟ କିଛି ବୁଦ୍ଧିଜୀବୀ ତୋହସିଲ ଦାରଙ୍କୁ ଭେଟି ଉକ୍ତ ଜମିରେ ଆଦର୍ଶ ବିଦ୍ୟାଳୟ କରିବାକୁ ଜଣାଇଥିଲେ I ଏହାକୁ ନେଇ ଶୁକ୍ରବାର ଦିନ ବ୍ଲକର ଚାରୋଟି ପଞ୍ଚାୟତର ହଜାର ହଜାର ଲୋକ ଏକତ୍ରିତ ହୋଇ ଉକ୍ତ ଜମିକୁ ଯାଇ କଣ୍ଟା ବାଉଁଶ ଜମି ଚାରିପାଖେ ଦିଆ ଯାଇଥିବା ବାଡକୁ ବାହାର କରିବା ସହ ଲାଗିଥିବା ଗଛକୁ ଅପାଡି ଦେଇଥିଲେ I ଏଠାରେ ସ୍କୁଲ କରିବାକୁ ଲୋକେ ଗଣମାଧ୍ୟମ ଜୋରିଆରେ ରାଜ୍ୟ ସରକାର, ଜିଲ୍ଲାପାଳ ଓ ବନ୍ଧୁଗାଁ ତୋହସିଲଦାରଙ୍କୁ ଅନୁରୋଧ କରିଛନ୍ତି I ଏହା ସହିତ ପାଖରେ ଥିବା ଜମିରେ ଏକ ଛୋଟ ଇଣ୍ଡିଷ୍ଟ୍ରିଆଲ ପାର୍କ କୋରାଯିବା ପାଇଁ ମଧ୍ୟ ଜମିକୁ ସଫା କରିଛନ୍ତି I ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଠାରେ ବିଦ୍ୟାଳୟ ଓ ପାର୍କ କରିବା ପାଇଁ ପଦକ୍ଷେପ ନିଆଯିବ ବଲି ତୋହଶିଳଦାର କହିଛନ୍ତି I ଏହି ଜମିରେ ଯଦି ଏକଲବ୍ୟ ବିଦ୍ୟାଳୟ ଯଦି ନହୁଏ ଟାଆଆହେଲେ ଉକ୍ତ ସରକାରୀ ଜମିକୁ ନେଇ ଆଲୋମଣ୍ଡା ଅଞ୍ଚଳର ଜମିହୀନ ପରିବାର ଲୋକଙ୍କୁ ବାଣ୍ଟିବା ଜଣାଇଚନ୍ତି I ଏହା ସତେ ବି ଏହି ଜମିରେ ବିଦ୍ୟାଳୟ କରିବା ପାଇଁ ବନ୍ଧୁଗାଁ ବ୍ଲକର ଆଦିବାସି ଚାଷୀ ମୁଲିଆ ସଙ୍ଘର ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା, ବାଙ୍ଗୁରୁ ପିଡ଼ିକା, ସୂରିଆମା ପିଡ଼ିକା ଅଞ୍ଚଳର ଆଫିବାସୀ ନେତା ସୀତାନା ହିମିରୀକା, ସୁବାରାଓ କେଣ୍ଡରୁକା, ଜନ ୨ର ଜିଲ୍ଲା ପରିଷଦ ସଭ୍ୟ ମାଜି ହିମିରିକା, ଆଲୋମଣ୍ଡା ପଞ୍ଚାୟତର ସରପଞ୍ଚ ଗୌରୀ ମେଲେକାଓ ବ୍ଲକ ଅଧ୍ୟକ୍ଷା ଫୋନ ଯୋଗେ ସରପଞ୍ଚ ଓ କିଛି ବ୍ୟକ୍ତିଙ୍କୁ ଯୋଗାଯୋଗ କରି କହିଥିଲେ କି ସେହି ଜମିରେ ହିଁ ବିଦ୍ୟାଳୟ କୋରାଯାଉ ବଲି କହିଥିଲେ I ଏଥିସହ ଆଲୋମଣ୍ଡା ଅଞ୍ଚଳର ଆଇନଜୀବୀ କାମେଶ୍ଵର ରାତନାଲୁ, କାପଲଡ଼ା ପଞ୍ଚାୟତ ର ପୂର୍ବତନ ସୋରପଞ୍ଚ ଗୁମ୍ଫା କାଡ୍ରାକା, ଓ ଆଲୋମଣ୍ଡା ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ

masiha

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ.

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

Leave a Comment

error: Content is protected !!