ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” ମହାସମାରୋହରେ ପାଳିତ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ରାଉରକେଲା ଆନୁକୂଲ୍ୟରେ “ନୂଆଁଖାଇ ଭେଟଘାଟ” ମହାସମାରୋହରେ ପାଳିତ

ରାଉରକେଲା : କଳା, ସଂସ୍କୃତି, ଶିଳ୍ପ ଓ କ୍ରୀଡାର ସହର ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ଉତ୍ସବମୁଖର ପରିବେଶରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନୂଆଁ ଖାଇ ଭେଟଘାଟ ପାଳିତ ହୋଇଯାଇଛି।ଦିବସବ୍ୟାପୀ କାର୍ଯ୍ୟକ୍ରମ ରେ ବହୁସଂଖ୍ୟକ ଦର୍ଶକଙ୍କ ସମାବେଶ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିଷଦର ପୁରୁଖା ସଦସ୍ୟ ମାନଙ୍କ ଦ୍ୱାରା ପଶ୍ଚିମାଞ୍ଚଳର ପାରମ୍ପରିକ ପାହୁର ଯାତ୍ରା କରି ମଁl ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସାମଗ୍ରୀ ସହ ପୂଜାସ୍ଥଳୀରେ ମୁଖ୍ୟ ଅତିଥି ରାଉରକେଲା ର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଓ ପରିଷଦର ବରିଷ୍ଠ ସଦସ୍ୟ ମାନଙ୍କ ଉପସ୍ଥିତି ରେ ମଁl’ଙ୍କ ଆରାଧନା ହୋଇ ଭେଟଘାଟ ଉତ୍ସବ ଉଦଘାଟିତ ହୋଇଥିଲା । ପରିଷଦର ବରିଷ୍ଠ ସଦସ୍ୟ ଓ ପ୍ରାକ୍ତନ ସମ୍ପାଦକ ସୁଧୀର ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ, ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ଅତିଥି ମାନଙ୍କୁ ଅନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭାଷଣ କରିଥିଲେ । ଅନିବାର୍ଯ୍ୟ କାରଣ ଯୋଗୁଁ ରାଜ୍ୟ ସରକାରଙ୍କ ମାନ୍ୟବର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନପାରିଥିବାରୁ ସେମାନେ ପଠାଇଥିବା ଶୁଭେଚ୍ଛା ବାର୍ତ୍ତା ସମ୍ପର୍କରେ ସଭାପତି ସୂଚନା ଦେଇଥିଲେ। ପରିଷଦ ର ସମ୍ପାଦକ ପ୍ରକାଶଚନ୍ଦ୍ର ପାଢ଼ୀ ଅନୁଷ୍ଠାନ ର ବାର୍ଷିକ ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ନାୟକ ପରିଷଦ ଦ୍ୱାରା ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକର ଭୁୟସୀ ପ୍ରଶଂସା କରିବା ସହ ନୂଆଁଖାଇ ମହତ୍ତ୍ୱ ଓ ଏଭଳି ଭେଟଘାଟ କିପରି ପାରିବାରିକ ସମ୍ପର୍କ କୁ ଦୃଢ଼ୀଭୂତ କରିବା ସହ ସମାଜ ରେ ଭାଇଚାରା ସୃଷ୍ଟି କରେ ତାହା ଉଲ୍ଲେଖ କରିଥିଲେ। ଏହି ଅବସରରେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ପୀତବାସ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମାନପତ୍ର ପାଠ କରିଥିଲେ ପରିଷଦର ଉପଦେଷ୍ଟା ଡ଼ଃ କିଶୋରୀ ଦାଶ । ଏତତବ୍ୟତୀତ ପରିଷଦର ଇ- ସ୍ମରଣିକା “ଝୁଲକା” ର ଦ୍ଵିତୀୟ ସଂସ୍କରଣ ତଥା ପରିଷଦ ୱେବସାଇଟ ଲୋକାର୍ପିତ ହେବା ସହ ଗତ ଅଗଷ୍ଟ ମାସ ୧ତାରିଖ ସମ୍ବଲପୁରୀ ଦିନ ଉପଲକ୍ଷେ ଅନୁଷ୍ଠିତ ସମ୍ବଲପୁରୀ ନାଟକ “ଶାଶବହ ଘିଚାଟନା, ଯମରଜା ର ବାଟବନା” ର ନାଟ୍ୟକାର ସନ୍ତୋଷ ମିଶ୍ର ତଥା ନାଟକର କଳାକାର, ନିର୍ଦେଶକ ଓ ନୃତ୍ୟ ଗୀତ ତଥା ରାମ୍ପ ସୋ ରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ଏହି ଉପଲକ୍ଷେ ପରିଷଦର ସଭ୍ୟ କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ପରିବେଷଣ ହେବା ସହ ରlମପ୍ରସାଦ ବାଗ, ମନୋରଞ୍ଜନ ଲୁହା,ଓ ମୁନିରାମ କୁମ୍ଭାର ଙ୍କ ଦ୍ୱାରା ବ୍ୟଙ୍ଗ ଓ ହାସ୍ୟ କବିତା ପାଠ ତଥା ଉମାକାନ୍ତ ବେହେରା ଓ ସାଥୀଙ୍କ ଘୁଡୁକା ନୃତ୍ୟ ପରିବେଷଣ କରା ହୋଇଥିଲା । ଏହି ଭେଟଘାଟ ସଂଧ୍ୟlର ମୁଖ୍ୟ ଆକର୍ଷଣ ଥିଲା ସୁଦୂର ବଲାଙ୍ଗୀର, ପାଟଣାଗଡ଼ ରୁ ଆସିଥିବା “ସlତକୁଆଁରୀ” ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିବେଷିତ ରଙ୍ଗlରଙ୍ଗ ସମ୍ବଲପୁରୀ ନୃତ୍ୟ ଓ ସଂଗୀତର କାର୍ଯ୍ୟକ୍ରମ ଡାଲଖାଇ, ରସରକେଲି, ମାଏ ଲାଜଡ଼, ଇତ୍ୟାଦି । ଦର୍ଶକମାନେ ସେମାନଙ୍କ ନୃତ୍ୟ ସଙ୍ଗୀତକୁ ମୁଗ୍ଧ ହୋଇ ଉପଭୋଗ କରିଥିଲେ । ଏହି ସାନ୍ଧ୍ୟ ଅଧିବେଶନର ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ର ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ନୁଆଁଖାଇ ଭଳି ଗଣପର୍ବ କିପରି ଆଉ ସୀମା ସରହଦ ଭିତରେ ନରହି ବିଶ୍ୱାଭିମୁଖୀ ହେବାକୁ ଲାଗିଛି ତାହା ଉଲ୍ଲେଖ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟ ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ସୁଶ୍ରୀତା ମିଶ୍ର ପରିଚାଳନା କରିଥିଲା ବେଳେ, ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି “ଭେଟଘାଟ” ର ସଫଳତା ଡ଼ଃ ଅଜୟ ମିଶ୍ର,ଗୌରୀଶଙ୍କର ପ୍ରଧାନ, ନରେନ୍ଦ୍ର ମିଶ୍ର, ଇଂ ବିମଲ ବିଶି,ଡାକ୍ତର ସୁବୋଧ ମେହେର, ରମେଶ ସୁନା, ଏରିଅର ଜାଲ ,ଦେବାଶିଷ ମିଶ୍ର, ଡାକ୍ତର ବିଜୟ ସାହୁ, ଶୁଭେନ୍ଦୁ ପଣ୍ଡା,ଅଙ୍ଗରୋଜ ଛନ୍ଦା, ପ୍ରତାପ ମେହେର, ଶୁଭ୍ର୍ରାଂଶୁ ବଡ଼ପଣ୍ଡା, ମଦନ ବେହେରା, ଶ୍ରୀପତି ତ୍ରିପାଠୀ, ସାଗର ମୁଣ୍ଡା, ଅଶୋକ ଭଇସାଲ,ଅଜିତ ପୂଜାରୀ, ଅଦ୍ୱେତ ପଣ୍ଡା,ଭଗବାନ ପତି, ଉମେଶ ବେହେରା,ନରେନ୍ଦ୍ର ତ୍ରିପାଠୀ, ବ୍ୟାସଦେବ ସାହୁ, ଦୁର୍ଗାଶଙ୍କର ଯୋଶୀ, ପଦ୍ମଲୋଚନ ବାଘ,ମନୋଜ ସେଠ, ନିବାସ ଦାଶ,ବିମଲ ପଧାନ, ପ୍ରବୀର ମିଶ୍ର, ଡାକ୍ତର ସୌଭାଗ୍ୟ ଦାଶ, ଡ଼ଃ ମିନତି ପଣ୍ଡା ପୂଜାରୀ, ନରୋତ୍ତମ ଭୋଇ,ଆଦିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଦ୍ୱାରାହିଁ ସମ୍ଭବ ହୋଇ ପାରିଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

Sunil Chandra Nayak

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

masiha

ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ମୁହାଁମୁହିଁ

masiha

Leave a Comment

error: Content is protected !!