ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

ଧର୍ମଗଡ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯକ୍ରମ ଅନୁଷ୍ଠିତ

“ସ୍ଵଚ୍ଛତା ହିଁ ସେବା” ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା କାର୍ଯକ୍ରମ ୧୭ ସେପ୍ଟେମ୍ବର – ୨ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟକ୍ରମ ଅବସରରେ ଧର୍ମଗଡ ଏନ୍ଏସି ପକ୍ଷରୁ ସମୂହ ସଫେଇ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼, ଧର୍ମଗଡ଼ ପଞ୍ଚାୟତ ଖେଳ ପଡ଼ିଆ ଏବଂ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା, ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ସିଟି ମିଶନ ମ୍ୟାନେଜର ସୁବାଶିଷ ନାୟକ, ମନୋରଞ୍ଜନ ନାଗ, ରାଜେଶ କୁମାର ସାହୁ, ସାରଦା ପ୍ରସନ ସାହୁ, ଯଶୋବନ୍ତ ମହାପାତ୍ର, ଦୁଷ୍ମନ୍ତ ଧଙ୍ଗଡ଼ାମାଝୀ, ସ୍ୱଚ୍ଛସାଥି ସୁପରଭାଇଜର, ସ୍ୱଚ୍ଛ ସାଥି ଏବଂ ସଫେଇ କର୍ମଚାରୀ ସମେତ ଶିକ୍ଷାନୁଷ୍ଠାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼, ପଂଚାୟତ ଖେଳ ପଡ଼ିଆ ଏବଂ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ, ଧର୍ମଗଡ଼ ଠାରେ ଆଜିର ସମୂହ ସଫେଇ କାର୍ଯ୍ୟକ୍ରମ ଦ୍ୱାରା ସୁଚାରୁରୂପେ କାର୍ଯ୍ୟକାରୀ ହୋଇଥିଲା।ପରିଶେଷରେ ସ୍ଵଚ୍ଛତା ଶପଥ ପାଠ କରାଯାଇଥିଲା ଓ ସ୍ଵଚ୍ଛତା ହିଁ ସେବା ପରିବେଶ ସ୍ୱଚ୍ଛ ରଖନ୍ତୁ,ନିଜର ସ୍ଵଭାବ ସ୍ୱଚ୍ଛ ରଖନ୍ତୁ, ନିରୋଗ ରୁହନ୍ତୁ ବୋଲି ଧର୍ମଗଡ ଏନ୍ଏସି ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

masiha

କୋମନା ପୋଲିସ ପକ୍ଷରୁ ୧୦ ଦାଦନ ଶ୍ରମିକ ୩ ନାବାଳକଙ୍କୁ ଉଦ୍ଧାର , ଗୋଟିଏ ବୁଲେରୋ ଗାଡି ଜବତ, ଜଣେ ଗାଡି ଚାଳକ ଗିରଫ 

Sunil Chandra Nayak

ରାୟଗଡ଼ ଜିଲ୍ଲା ଖଣିଜ ପାଣ୍ଠି ର ୯ତମ ଟ୍ରଷ୍ଟ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!