ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା,୨୨/୦୯ : ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ , ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ I ରାଜ୍ୟ ସରକାରଙ୍କ ୧୦୦ଦିନର ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆରେ ଦିବା ୧୧ଘଟିକା ସମୟରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ-୨୦୨୪ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I ଏହି ଅବସରରେ ଶ୍ରୀମତୀ ପରିଡା ବିଜେପି ସରକାରଙ୍କ ୧୦୦ଦିନର ସୁଶାସନ ଏବଂ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିବା ସହ କହିଥିଲେ ଯେ ଏହା ହେଉଛି ଲୋକଙ୍କ ସରକାର, ଜନଭାଗିଦାରୀରେ ଚାଲିଛି I ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ବଦ୍ଧ ପରିକର I ସେ ଶ୍ରୀମନ୍ଦିରର ୪ଦ୍ଵାର ଖୋଲିବା କଥା ହେଉ କିମ୍ବା ରତ୍ନ ଭଣ୍ଡାରର ଗଣତି ହେଉ I ରାଜ୍ୟସରକାର ପ୍ରତିଶୃତି ଦେଇଥିଲେ କୃଷି ଓ କୃଷକର କଲ୍ୟାଣ ପାଇଁ I ଧାନର ଏମଏସପି ୩୧୦୦ଟଙ୍କା କାର୍ଯ୍ୟକାରୀ ହୋଇଛି I ୯୨୫କୋଟି ଟଙ୍କା ସିଏମ କିସାନ ଯୋଜନାରେ ସହାୟତା ରାଶି କୃଷକ ମାନଙ୍କୁ ପ୍ରଦାନ କରାଯାଇଛି I କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରଙ୍କ ସୁଭଦ୍ରା ଯୋଜନାରେ ୩,୪୫,୧୦୨ମହିଳା ଅନଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୧,୦୦୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି I କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା ନିଜର ପ୍ରଥମ କିସ୍ତି ଟଙ୍କାରେ ଗୁପଚୁପ ଠେଲା ଗାଡିରେ ନିଜର ବ୍ୟବସାୟ ଆରମ୍ଭ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ I ସୁଭଦ୍ରା ଯୋଜନା ଯୋଗୁଁ ନାରୀଶକ୍ତି ସଶକ୍ତ ହେବା ସହ ଆର୍ଥିକ ସ୍ତରରେ ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ I ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ରାଜ୍ୟ ସରକାର ୫୦୦କୋଟି ଟଙ୍କା କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି I କେନ୍ଦ୍ରାପଡ଼ା ପର୍ଯ୍ୟଟନ ସ୍ଥଳୀ ଭିତରକନିକା, ହୁକିତୋଲା ବତୀଘର ସମ୍ପର୍କରେ ଅବତାରଣା ଦେବା ସହ ଜିଲ୍ଲାର ସ୍ଵାଧିନତା ସଂଗ୍ରାମୀ ମାନଙ୍କ ପ୍ରତି ଭକ୍ତିପୂତ୍ତ ଶ୍ରଦ୍ଧା ଜ୍ଞାପନ କରିଥିଲେ I ମହିଳା ସଶକ୍ତିକରଣ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କେନ୍ଦ୍ରାପଡ଼ାର ଭୂମିକା ଅତୁଳନୀୟ I ପର୍ଯ୍ୟଟନ କ୍ଷେତ୍ରରେ ପାଣ୍ଠି ନିବେଶ ହୋଇପାରିଲେ କେନ୍ଦ୍ରାପଡ଼ା ଜିଲ୍ଲା ସାରା ବିଶ୍ଵରେ ପର୍ଯ୍ୟଟନ ପାଇଁ ବିଖ୍ୟାତ ହୋଇପାରିବ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ମହାକାଳପଡ଼ା ବିଧାୟକ ଡ଼. ଦୂର୍ଗା ପ୍ରସନ ନାୟକ ଉପମୁଖ୍ୟମନ୍ତ୍ରୀଙ୍କ ସମୁଖରେ ପ୍ରସ୍ଥାବ ରଖିଥିଲେ Iଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଲୋକସଭା ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ରାଜନଗର ବନଖଣ୍ଡ ଅଧିକାରୀ କେ. ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ ଯୋଗ ଦେଇଥିଲେ I ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଵଳନ ପରେ ପାୟଲ ମ୍ୟୁଜିକ ଆଣ୍ଡ ଡାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ଵାରା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା I ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସମସ୍ତଙ୍କୁ “ସ୍ଵଚ୍ଛତା ହିଁ ସେବା” ଶପଥ ପାଠ କରାଇଥିଲେ I ୧୦୦ ଦିନର ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମର କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା I ଉତ୍ସବରେ ଜଣେ ଭିନ୍ନକ୍ଷମ ଓ ୧୧ ଜଣ ମୋଟ ୧୨ ଜଣ ସୁଭଦ୍ରା ହିତାଧିକାରୀ, ଜଣେ ଆଶା କର୍ମୀ, ଜଣେ କୃଷକ, ଜଣେ ଉଦ୍ୟାନ କୃଷକ, ଜଣେ ଦୁଗ୍ଧ ଚାଷୀ, ଜଣେ କ୍ରୀଡାବିତ, ଛତା ପଲିଟେକ୍ନିକ କଲେଜର ଅଧ୍ୟକ୍ଷ, ୨ଜଣ ପରିବେଶ ଚମ୍ପିୟାନ, ଜଣେ ମହିଳା ମତ୍ସ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିକାଶ ମେଳାରେ ବିଭିନ୍ନ ବିଭାଗର ୩୫ରୁ ଉର୍ଦ୍ଧ ଷ୍ଟଲ ଖୋଲାଯାଇଥିଲା I ବାଲୁକା ସ୍ଥାପତ୍ୟ କଳା ସମସ୍ତଙ୍କ ମନମୋହୀଥିଲା I ଆଜି ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ବିକାଶ ମେଳାର ପିଏମ ସେମିନାର ହଲରେ କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର-୩୦, ବିପିଏମ-୧୮, ସିଡିପିଓ-୮, ଆରସେଟିର-୭୦ ଜଣ ଶିକ୍ଷାନିବିଶ ଯୋଗଦେଇ ସେମିନାରରେ ଭାଗ ନେଇଥିଲେ I ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ପରେ ପରେ ଅନୁଚିନ୍ତମ ଓ ନିଉ ଷ୍ଟାର ଡାନ୍ସ ଏକାଡ଼େମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା I ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ମଞ୍ଚ ପରିଚାଳନାରେ ସହାୟତା କରିଥିଲେ I ଉକ୍ତ ଉଦ୍ଘାଟନୀ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରୀଆ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସୁଭଦ୍ରା ହିତାଧିକାରୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ଜିଲ୍ଲା ବିଜେପି ସଂଗଠନର କର୍ମକର୍ତ୍ତା, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରଦର୍ଶନୀ ମଣ୍ଡପର ଅଧିକାରୀ ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା, ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି, ଜନସାଧାରଣ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଆଦିବାସୀ ସମ୍ମିଳନୀ ଯୋଗଦେଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

masiha

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

masiha

ଅନୁଷ୍ଠିତ ହେଲା ଜନଜାଗରଣ ମଞ୍ଚର ମାସିକ ବୈଠକ 

masiha

Leave a Comment

error: Content is protected !!