ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ

ଝରୀଗାଁ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ 

ନବରଙ୍ଗପୁର:( ତା ୨୩/୦୯)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ସଦର ମହକୁମା ଠାରେ ଆଜି ବିଶ୍ୱ ମୃତ୍ତିକା ସଂରକ୍ଷଣ ଦିବସ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଝରୀଗାଁ ବିଧାୟକ ନରସିଂହ ଭତରା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ପଡି ରହିଥିବା ଅଳିଆ ଆବର୍ଜନା ସବୁ ସଫା କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସିତ ହେଉଥିବା ସମସ୍ତ ରୋଗୀମାନଙ୍କୁ ଫଳମୂଳ ସାଙ୍ଗକୁ ଚା ବିସ୍କୁଟ ମଧ୍ୟ ବଣ୍ଟନ କରିଛନ୍ତି |ଶ୍ରୀ ଭତରାଙ୍କ ଆହ୍ୱାନରେ ଝରୀଗାଁ ଅଞ୍ଚଳର ଶତାଧିକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଚ୍ଛତାର ନାରା ଦେଇ ସହର ପରିକ୍ରମା କରି ପରିବେଶକୁ ଆବର୍ଜନା ମୁକ୍ତ ରଖିବାକୁ ସଚେତନ କରିଥିବା ଦେଖିବାକୁ ମିଳିଛି |ବିଧାୟକ ଶ୍ରୀ ଭତରା ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଯେତେଗୁଡ଼ାଏ ଵି ବିକଶିତ ଦେଶ ଅଛି ସେମାନେ ସମସ୍ତେ ସ୍ୱଚ୍ଛତାକୁ ହିଁ ଗୁରୁତ୍ୱ ଦେଇଛନ୍ତି,ଯଦି ଓଡିଶାର ପରିବେଶ ସ୍ୱଚ୍ଛ ରୁହେ, ତେଵେ ଯାଇକି ହିଁ ଆମେ ଏକ ସୁସ୍ଥ ଓଡିଶା ତିଆରି କରିପାରିବା, ତେଣୁ ସେ ଝରୀଗାଁ ଅଞ୍ଚଳବାସୀଙ୍କୁ ଜନ ଆନ୍ଦୋଳନ ଭାବେ ହୃଦୟର ସହ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି |ଉପସ୍ଥିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଡାକ୍ତର ଅବିନାଶ ପଣ୍ଡା, ବିପିଏମ ପ୍ରିୟଙ୍କା ସିଲି, ସନ୍ତୋଷ ପଣ୍ଡା, ବରିଷ୍ଟ ଯକ୍ଷ୍ମା ରୋଗ ବିଶେଷଜ୍ଞ, ବିପିନ କୁମାର ମାଝୀ, ବିଜେପି ଜୋନ ସଭାପତି ଗଣପତି ସାହୁ,ଧଡ୍ରା ଜୋନ ସଭାପତି ମନୁରାମ ଭତରା,ଚଚା ଜୋନ ସଭାପତି ମହେଶ୍ୱର ତିୱାରୀ, ଚନ୍ଦ୍ରଭାନୁ ନାୟକ, ଗଜେନ୍ଦ୍ର ପାଣ୍ଡେ, ଫିରୋଜ ଷଡଙ୍ଗି,ପ୍ରଫୁଲ୍ଲ ପ୍ରଧାନ, ଜଗଦିଶ କଲାର, ସୁଜନ ଭକ୍ତ, ବିକି ରଥ,ପଂଚାନନ ବାୱାଳି, ଶ୍ୟାମଲାଲ ବିଶ୍ୱାସ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି |

ମସିହା ନିୟୁଜ ସର୍ଭିସ୍ 

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

Sunil Chandra Nayak

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

masiha

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

Leave a Comment

error: Content is protected !!