ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

ରାଉରକେଲା: ରାଉରକେଲା ର ଜଣେ କଳା, ସଂଗୀତ ପ୍ରତି ସମର୍ପିତ ଅକ୍ତୋପେଡ ବାଦ୍ୟଯନ୍ତ୍ର ର ଶିଳ୍ପୀ ନୀଳକଣ୍ଠ ପଲେଇ ଓରଫ ନୀଲୁ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ମ୍ୟୁଜିକ ସେଲିବ୍ରେସନ ଗୃପର ମୁଖ୍ୟ ହିମାଂଶୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୃପର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦେଇ ସ୍ବର୍ଗତ ପଲେଇ ଙ୍କ ସଂଗୀତ ଜଗତ କୁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ବିୟୋଗ ସଂଗୀତ ତଥା ଅକ୍ତୋପେଡ ବାଦ୍ୟଯନ୍ତ୍ର ର ଜଣେ କୁଶଳୀ କଳାକାର ହରାଇଲା ବୋଲି ମତ ପ୍ରକାଶ କରିଥଲେ। ତାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ମହାନ୍ତି ଙ୍କ ବ୍ୟତିତ ସର୍ବଶ୍ରୀ ନନ୍ଦନ ମୁଖାର୍ଜୀ, ସୁସ୍ମିତା ମୁଖାର୍ଜୀ, ସ୍ମୃତି ରଞ୍ଜନ ନାୟକ, ଶୁଭେନ୍ଦୁ ସାହୁ, ବଟକୃଷ୍ଣ ସାହୁ,ରଜତ ସାହୁ, ସତ୍ୟଞ୍ଜୟ ତ୍ରିପାଠୀ,ମାଲା ସମାସୀ, ମୀନତି ତ୍ରିପାଠୀ,ଲୀନା ସେନାପତି,ପ୍ରଞ୍ଜଳୀ ନାଗ, ଶ୍ରୀକାନ୍ତ ଚୈ।ଧୁରୀ,ସମରେଶ ଦାସ, ସୁବ୍ରତ ଦାସ, ରମେଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପଲେଇ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!