ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଷ୍ଟ କରଣ ସଂଘ ପକ୍ଷରୁ ବିଧାୟକଙ୍କୁ ଦାବି ପତ୍ର 

ଶିଷ୍ଟ କରଣ ସଂଘ ପକ୍ଷରୁ ବିଧାୟକଙ୍କୁ ଦାବି ପତ୍ର 

ନବରଙ୍ଗପୁର :(୨୩|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଶିଷ୍ଟ କରଣ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟା ସମୟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟରେ ସଂଘର କାର୍ଯ୍ୟକାରୀ କମିଟିର ଏକ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ । ସଂଘ ପକ୍ଷରୁ ବିଧାୟକଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ପରେ ସଂଘର ନିଜସ୍ୱ ଖାଲି ସ୍ଥଳ ଉପରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁଦାନ ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ସଂଘର ଏହି ପ୍ରତିନିଧି ଦଳରେ ଭାରପ୍ରାପ୍ତ ସଭାପତି ତଥା ଉପ ସଭାପତି କିଶୋର ପଟ୍ଟନାୟକ, ସାଧାରଣ ସମ୍ପାଦକ ମହେଶ୍ଵର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସତୀଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଟ୍ଟନାୟକ, ରାଜ କିଶୋର ପଟ୍ଟନାୟକ, ଅବନୀ ପଟ୍ଟନାୟକ, ବାବୁଲା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଉମରକୋଟ ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!