ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଅନ୍ତୋଦୟ ଦିବସ ପାଳିତ 

ଡାବୁଗାଁରେ ଅନ୍ତୋଦୟ ଦିବସ ପାଳିତ 

ଡାବୁଗାଁ, ୨୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଅନ୍ତୋଦୟ ଦିବସ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ବୁଧବାର ପାଳିତ ହୋଇଯାଇଛି | ଏହାସହ ବ୍ଲକରେ ଜୁଲାଇ ମାସ ୪ ତାରିଖରେ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ଏହି ଅବସରରେ ବ୍ଲକ ର ବିଭିନ୍ନ ଗ୍ରାମରୁ ୧୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ, ଶ୍ରେଷ୍ଠ କୃଷକ ସାଥି ଭାବେ ଆଇତୁ ଭତ୍ରା, ଶ୍ରେଷ୍ଠ ସ୍ୱାସ୍ଥ୍ୟ କର୍ମୀ (ମହିଳା) ନାୟନା ରାଉତ, ଶ୍ରେଷ୍ଠ ଆଶା କର୍ମୀ କ୍ଷୀରମଣି ଭତ୍ରା, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ରେଖାରାଣୀ ମଣ୍ଡଳ, ଶ୍ରେଷ୍ଠ ପ୍ରଧାନଶିକ୍ଷକ ଦୟାନିଧି ବଞ୍ଜରା, ଶ୍ରେଷ୍ଠ ଶିକ୍ଷକ କାଳୁଚରଣ ମହାରଣା, ପିରାମିଡ ଫାଉଣ୍ଡେସନର ଗାନ୍ଧୀ ସହଭାଗୀ ହିତେଶ ଭାଲେରାଓ ଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବଦ୍ରି ପ୍ରସାଦ ନାୟକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, ସାଇରା ବାନୁ ଓ ବିମଳା କୁମାରୀ ନାୟକ, ପିରାମିଡ ଫାଉଣ୍ଡେସନର କାର୍ଯ୍ୟକ୍ରମ ପରିଚାଳକ ବିକ୍ରମ ରଣା, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ, କୃଷି ବିଭାଗ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏବିଇଓ ରୋହିତ କୁମାର ରଣାଙ୍କ ଅବସରଗ୍ରହଣ

Sunil Chandra Nayak

World Population day was observed by the Institution of Engineers, India

Sunil Chandra Nayak

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

Sunil Chandra Nayak

Leave a Comment

error: Content is protected !!