ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଧର୍ମଗଡ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ 

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଧର୍ମଗଡ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ମିଶନ ଶକ୍ତି ମହିଳା ଏମବିକେ ଓ ସିଆରପି ମାନଙ୍କ ଦ୍ୱାରା ବିଭିନ୍ନ ଦାବୀ ନେଇ ବୁଧବାର ସକାଳ ୧୧ ଟା ରେ ଧର୍ମଗଡ ବିଡ଼ିଓ ଏବଂ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଧର୍ମଗଡ ଚାରିଛକ ରୁ ମିଶନ ଶକ୍ତି ମହିଳା ମାନେ ବକେୟା ଦରମା ଟଙ୍କା ପ୍ରଦାନ ଆମର ଦାବୀ, ସ୍ଥାୟୀ ନିଯୁକ୍ତି ଆମର ଦାବୀ ଭଳି ବିଭିନ୍ନ ନାରାବାଜି ସହ ଶୋଭାଯାତ୍ରା ରେ ଆସି ଧର୍ମଗଡ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଏବଂ ସିଡିପିଓ ସୁଚରିତା ମହାପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉ କି ଦୀର୍ଘ ତିନି ବର୍ଷ ଧରି ନିରବଛିନ୍ନ ଭାବରେ ସରକାର ଙ୍କ ବିଭିନ୍ନ ଯୋଜନା କୁ ତୃଣ ମୂଳ ସ୍ତରରେ ରୁପାୟିତ କରିଆସୁଛନ୍ତି କିନ୍ତୁ ୧୦ ଗୋଟି ଗ୍ରାମ ପଞ୍ଚାୟତ ର ଏମବିକେ ସିଆରପି ମାନଙ୍କ ୬ ମାସ ର ଦରମା ଏବଂ ୧୪ଟି ଗ୍ରାମ ପଞ୍ଚାୟତ ର ଏମବିକେ ସିଆରପି ମାନଙ୍କ ୧୫ ମାସ ର ଦରମା ପ୍ରଦାନ କରାଯାଇ ନଥିବାରୁ ବକେୟା ଦରମା ପ୍ରଦାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ବକେୟା ଦରମା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

କିନ୍ନର ସଂଘର ସମ୍ପାଦକ ଦୁଇ ଥର ଦେଲେ ରକ୍ତ ଦାନ 

masiha

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

masiha

Leave a Comment

error: Content is protected !!