ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ

ରାଉରକେଲା: ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜାତୀୟ ସେବା ଯୋଜନା ବା ଏନ୍‌ଏସ୍‌ଏସ୍‌ର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖ ଦିନ ସାରା ଦେଶରେ ପାଳିତ ହୋଇଥାଏ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହା ସହିତ ଛାତ୍ର ଜୀବନରେ ଶୃଙ୍ଖଳା ଓ ରାଷ୍ଟ୍ରନିର୍ମାଣର ଭୂମିକା ସଂପର୍କରେ ଏହି ଅବସରରେ ଆଲୋଚନା କରାଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ‘ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା’ କୁ ନେଇ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଏବଂ ସଂଯୋଜିକା ଅଧ୍ୟାପିକା ରାମେଶ୍ବରୀ ଭୋଇ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସ୍ବଚ୍ଛତା ଶପଥ ନେଇଥିଲେ । ଏହି ଶପଥ ମାଧ୍ୟମରେ ନିଜ ନିଜର ବାସସ୍ଥାନ ସମେତ ଅଧ୍ୟୟନ କରୁଥିବା ଅନୁଷ୍ଠାନ ପରିସରକୁ ସ୍ବଚ୍ଛ ରଖିବା ନିମନ୍ତେ ଉପସ୍ଥିତ ସମସ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

Sunil Chandra Nayak

ଧରାକୋଟ ବ୍ଲକର ନୂତନ ଏ ବି ଡି ଓ 

Sunil Chandra Nayak

ପାଟଣାଗଡ଼ ଲାୟନ୍ସ କ୍ଲବର 44 ତମ ଶପଥ ଗ୍ରହଣ ସମାରୋହ ଉସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!