ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ,  ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି l ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ 

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ,

 ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି l ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ 

ରାୟଗଡା/୨୯/୦୪/୨୫: ଆସନ୍ତା ମଇ ମାସ ୨୦ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ରବି ଋତୁ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର କୋରାପୁଟ ସଂlସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲସ୍ୱାମୀ,ଵିଷମ କଟକ ବିଧାୟକ, ଶ୍ରୀଯୁକ୍ତ ନୀଳମାଧଵ ହିକକା, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାଶରଥି ସୋରେନ ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କରଙ୍କ ସମେତ ଚାଷୀପ୍ରତିନିଧି, ଉପ-ନିବନ୍ଧ କ, ସମବାୟ ସମିତି ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ରବି ଋତୁରେ ୮ହଜାର ୮୯୦କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୫୦୩ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା । 

ଚଳିତ ବର୍ଷ ମଧ୍ୟ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସିଅସୁବିଧା ନହୁଅନତି ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାରେ ଚାଷୀ ମାନକ ଠରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l  

ଧାନର କ୍ରୟମୂଲ୍ୟ ଓଡିଶାର ଚାଷୀମାନେଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ଟଙ୍କା+ Imput assistance ଟ800. ୦୦ କୁ କରାଯାଇଛି l ଅନ୍ୟରଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଆର ଏମସି ସମ୍ପାଦକ ମାନଙ୍କୁ ନିର୍ଦେଶ ଦେଇଥିଲେ l ଚାଷୀ ମାନଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଜମା କରାଯିବ l ଚାଷୀ ଏଫକ୍ୟୁ ମlନରଧାନ ମଣ୍ଡିକୁ ଆଣିବେ l ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ l ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି l ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୨୦ତାରିଖରେ ବିଷମ କଟକ, ମୁନିଗୁଡା, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡ଼ା ଓ କୋଳାନାରା ବ୍ଲକରେ ଶୁଭ ଆରମ୍ଭ କରାଯିବ ଓ ଆସନ୍ତା ୨୮ ତାରିଖରେ ଗୁଣୁପୁର ବ୍ଲକରେ ଧାନ ମଣ୍ଡି ଶୁଭାରମ୍ଭ କରାଯିବ l ଚାଷୀମାନଙ୍କ ଜାଣିବା ପାଇଁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯିବ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଶଙ୍କରଚାର୍ଯ୍ୟ 2533 ତମ ଜୟନ୍ତୀ ପାଳିତ 

Sunil Chandra Nayak

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

Sunil Chandra Nayak

ବ୍ଲକ ଓ ଏନ ଏ ସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!