ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି ୨୫/୦୯ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ବାରଙ୍ଗ ପଦର କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ ଘା ଟନୀ କାର୍ଯ୍ୟକ୍ରମ ରେ ପ୍ରଦୀପ ପ୍ରଜ୍ବଳନ କରି ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ ସ୍ବାଇଁ ଯୋଗ ଦେଇ କ୍ଲଷ୍ଟ ର ସ୍ତର ରୁ ଏଭଳି କାର୍ଯ୍ୟକ୍ରମ ହେଉଥିବାରୁ ଉଚିତ୍ ପ୍ଲାଟଫର୍ମ ଦିଆଯିବା ସହ ପ୍ରତିଭା ର ବିକାଶ କରାଯାଇ ପାରିବ ବୋଲି ମତ ରଖିଥିଲେ। ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସୁରଭି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ଉଦ୍ଘାଟନି କାର୍ଯ୍ୟକ୍ରମ ରେ ବକ୍ତା ପୂର୍ବତନ ଏ ବି ଇ ଓ ରମେଶ ଟାକ୍ରୀ କହିଥିଲେ। କ୍ଳଷ୍ଟ ର ର ଦଶ ଟି ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କୁ ନେଇ ବକ୍ତୃତା ,ଚିତ୍ରାଙ୍କନ,ସୃଜନଶୀଳତା, ହସ୍ତାକ୍ଷର, ପ୍ରବନ୍ଧ ଲିଖନ ଗ୍ରୁପ ଡ୍ୟା ନସ୍ ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ଅବସର ରେ କ୍ଲଷ୍ଟ ର ର ଚାରି ଜଣ ଶିକ୍ଷକ ଯଥା ଚପଳା ଦେଇ,ଗୌରଚନ୍ଦ୍ର ନାୟକ,,ସଞ୍ଜୟ ସୁନା ଓ ନବୀନ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେଇ ନିଜ ଛାତ୍ର ଜୀବନ ର ସ୍ମୃତି ମନେ ପକାଇବା ସହ ଛାତ୍ର ଜୀବନ ରୁ ହିଁ ପାଠ ସହିତ ନାଚ ଗୀତ,ପ୍ରବନ୍ଧ,ବକୃତା ଆଦି ପ୍ରତିଭା ର ବିକାଶ ହୋଇପାରିଲେ ଭବିଷ୍ୟତ ରେ ଶ୍ରେଷ୍ଠ ହେବାକୁ ସୁଯୋଗ ମିଳି ପାରିବ। ଏହି ଅବସର ରେ ଗୀତ ଗାଇ କାର୍ଯ୍ୟକ୍ରମ ଆହୁରି ଆକର୍ଷକଣିୟ ହୋଇଥିଲା। ଖା ତି ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଙ୍କ ଗ୍ରୁପ ନୃତ୍ୟ ସଭିଙ୍କ ପ୍ରସଂସା ର ପାତ୍ର ହୋଇଥିଲା। କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟଅତିଥି ବିଡ଼ିଓ ତଥା ମୁଖ୍ୟ ବକ୍ତା ମୋ ମଧୁସୂଦନ ବାଘ ସମ୍ବର୍ଦ୍ଧିତ କରିଥିଲେ। ଏହି ସୁରଭି କାର୍ଯ୍ୟ କ୍ରମ ର ବିଭିନ୍ନ ବର୍ଗ ର ବିଭିନ୍ନ ଇଭେଣ୍ଟ ର ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକ ସ୍ତର କୁ ଯିବାକୁ ମନୋନୀତ ହୋଇଛନ୍ତି। ଏ ବି ଇ ଓ ମୋହନ ମଧୁସୂଦନ ବାଘ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁରଭି ଭଳି କାର୍ଯ୍ୟକ୍ରମ ଅନନ୍ୟ, ବଣ ର ମଲ୍ଲି ମଉଳି ବା ପୂର୍ବରୁ ମହକ ବ୍ୟାପ୍ତ କରି ପାରେନି କିନ୍ତୁ ସୁରଭି ବଣ ମଲ୍ଲି(ବହୁ ପ୍ରତିଭା) ଙ୍କୁ ବିକଶିତ କରିଥିବା ସେ ଦେଖିଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ସି ଆର୍ ସି ସି ପ୍ରୋମଦା ସାମଲ ,ଚପଳା ଦେଇ ସମେତ ଉଚ୍ଚ ବିଦ୍ୟାଳୟ ତଥା କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ପିଲାଙ୍କୁ ଆଣିଥିବା ଶିକ୍ଷକ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ। ଶେଷରେ ନବୀନ ନାୟକ ଧନ୍ୟବାଦ୍ ଦେଇଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରାମନାଗୁଡା ପୋଲିସ ଆଦିବାସୀ କୁଂ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦ ରେ ଗଣ ପ୍ରତିବାଦ

masiha

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ରାଇରଙ୍ଗପୁର ସତ୍ଯସାଇ ବିହାର ପରିସରରେ ସତ୍ଯସାଈ ବାବାଙ୍କ ୧୦୦ତମ ଜନ୍ମ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!